Only for Entertainment

ଚାଲାଣରୁ ବଂଚିବା ପାଇଁ ଭୟଙ୍କର ଫର୍ମୂଲା, ନିର୍ଦ୍ଦେଶକ ଭିଡିଓ ଶେୟାର କରି କହିଲେ – ଏବେ କେମିତି କାଟିବ….. !

417

ଟ୍ରାଫିକର ନୂଆ ନିୟମ ଲାଗୁ ହୋଇଛି । ଯାହାପରେ ନିୟମ ପାଳନ କରୁନଥିବା ଲୋକଙ୍କ ଉପରେ ପୁଲିସ ଆକ୍ସନ ନେଉଛି । କାହାର ଲକ୍ଷ ଲକ୍ଷ ଟଙ୍କା ଚାଲାଣ କଟା ହେଉଛି ତ କାହାର ଏତେ ବେଶୀ ଚାଲାଣ କଟାଯାଇଛି ଯାହା ଗାଡିର ମୂଲ୍ୟ ଠାରୁ ୪ଗୁଣା ଅଧିକ । ଯାହାକୁ ନେଇ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି । ଏହାକୁ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କାହାକୁ ଏହି ଭିଡିଓ ଭୟଙ୍କର ଲାଗୁଛି ତ କାହାକୁ ଫନି ।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି ନିଆରା ଅନ୍ଦାଜରେ ଗାଡି ଚଲାଉଥିବାର ନଜର ଆସିଛନ୍ତି । ବ୍ୟକ୍ତି ଜଣକ ପଛ ସିଟରେ ଗୋଟିଏ ପଟକୁ ଗୋଡ ରଖି ବସିଛନ୍ତି ଏବଂ ଗାଡି ଆପେ ଆପେ ଚାଲୁଛି । ଏହି ଭୟଙ୍କର ଷ୍ଟଂଟ ଟ୍ୱିଟରରେ ‘ତାରକ ମେହେତା କା ଉଲଟା ଚଷମା’ର ନିର୍ଦ୍ଦେଶକ ଅସିତ କୁମାର ମୋଦି ନିଜ ଟ୍ୱିଟର ଅକାଉଂଟରେ ଶେୟାର କରିଛନ୍ତି ।

ଭିଡିଓ ଶେୟାର କରି ଲେଖିଛନ୍ତି ଯେ ‘ବୋଲୋ ହେ ନା ଷ୍ଟାଇଲ, କିନ୍ତୁ କାହାର କଟିବ ଚାଲାଣ ? ଲୋକମାନେ ଏହାକୁ ସବୁଠାରୁ ଭୟଙ୍କର ଷ୍ଟଂଟ ବୋଲି କହିଛନ୍ତି ଏବଂ ଆଉ ଜଣେ ୟୁଜର କହିଛନ୍ତି ଯେ ଯେତେବେଳେ ତଳେ ପଡିବ , ତ ଉକ୍ତ ଲୋକର ଜୀବନରୁ ଚାଲାଣ କଟିଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More