Only for Entertainment

କରଣ ପଟେଲ ଛାଡିଲେ ହିଟ ଶୋ ‘ୟେ ହେ ମୋହବତେଁ’, ଏବେ ଏହି ହିରୋ ସାଜିବେ ରମନ ଭଲ୍ଲା !

104

ଛୋଟ ପରଦାର ହିଟ ଶୋ’ ‘ୟେ ହେ ମୋହବତେ’ରେ ରମନ ଭଲ୍ଲା ବଦଳିବା ପାଇଁ ଯାଉଛନ୍ତି । ଆରମ୍ଭରୁ କରଣ ପଟେଲ ଏହି ଭୂମିକା ତୁଲାଉଥିଲେ , କିନ୍ତୁ ଏବେ ଶୁଣିବାକୁ ମିଳିଛି ରମନ ଭଲ୍ଲାଙ୍କ ଭୂମିକାରୁ କରଣ ଛୁଟି ନେବାକୁ ଯାଉଛନ୍ତି । ଏହି ଖବର କରଣ ନିଜେ ଜଣାଇଛନ୍ତି ଯେ ସେ ଏବେ ଏହି ଶୋ’ରେ ଆଉ ନାହାନ୍ତି ।

‘ୟେ ହେ ମୋହବତେ’ରେ କରନଙ୍କ ଜାଗାରେ ଅଭିନେତା ଚୈତନ୍ୟ ଚୌଧୁରୀ ଏହି ଭୂମିକା ତୁଲାଇବେ । ଚୈତନ୍ୟ ଶୋ’ର ସୁଟିଂ ଆରମ୍ଭ କରି ଦେଇଛନ୍ତି । ସେ ନିଜ ନୂଆ ଲୁକରେ ସୋସିଆଲ ମିଡିଆରେ ଫଟୋ ଶେୟାର କରିଛନ୍ତି । ଏବେ ସୋସିଆଲ ମିଡିଆ ୟୁଜର୍ସ ନୂଆ ରମନକୁ ଦେଖିବା ପାଇଁ ଖୁବ ଉତ୍ସାହର ସହ ଚାହିଁ ବସିଛନ୍ତି । ଶୋ’ରେ ଈଶିତା ସ୍ୱୀକାର କରିବା ପାଇଁ ରାଜି ନୁହଁନ୍ତି ଯେ ରମନଙ୍କ ମୃତ୍ୟୁ ହୋଇଯାଇଛି ।

 

View this post on Instagram

 

Shoot Ready !!! #actorslife #actorsdiaries #gratitude #alllove #lovemyjob

A post shared by chaitanya choudhry (@chaitanya_choudhry) on

ଏବେ ଶୋ’ର ମେକର୍ସ ଚୈତନ୍ୟଙ୍କ ଏଂଟ୍ରିକୁ ନେଇ ନୂଆ ତରିକା ଖୋଜି ବାହାର କରିଛନ୍ତି । ଦେଖିବାକୁ ମିଳିବ ଯେ ରମନ ପ୍ଲାଷ୍ଟିକ ସର୍ଜରୀ ପରେ ଫେରୁଛନ୍ତି । ଏହିକାରଣରୁ ରମନଙ୍କ ଚେହେରା ବଦଳି ଯାଇଛି । ଏଠାରେ ଆମେ କହି ରଖୁଛୁ ଯେ କରଣ ବିଗତ ୬ବର୍ଷ ଧରି ଏହି ଶୋ’ ସହ ଯୋଡି ହୋଇ ରହିଥିଲେ । ଏହିକାରଣରୁ ଚୈତନ୍ୟଙ୍କ ପାଇଁ ଏହା ବଡ ଚ୍ୟାଲେଂଜ ଯେ ଲୋକମାନେ ତାଙ୍କୁ କେତେ ମାତ୍ରାରେ କରଣଙ୍କ ସ୍ଥାନରେ ଗ୍ରହଣ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More