‘ସୁଫିଆନା ପ୍ୟାର ମେରା’ର ସୁଟିଂ ସେଟରେ ଚେତା ହରାଇଲେ ଟିଭି ଅଭିନେତ୍ରୀ ହେଲୀ ଶାହ
ଟିଭି ଅଭିନେତ୍ରୀ ହେଲୀ ଶାହ ଅସୁସ୍ଥ ଥିବାରୁ କିଛି ଦିନ ହେବ ନିଜ ଶୋ’ ‘ସୁଫିଆନା ପ୍ୟାର ମେରା’ର ସୁଟିଂ କରିପାରୁ ନାହାଁନ୍ତି । ଏହି କାରଣ ପାଇଁ ମେକର୍ସଙ୍କୁ ଏବେ ଅସୁବିଧାର ସାମ୍ନା କରିବାକୁ ପଡୁଛି ।
ଖବର ଅନୁସାରେ ୨୯ ମଇରେ ହେଲୀ ମୁମ୍ବାଇର ଏକ ମଲରେ ସୁଟିଂ କରୁଥିବା ସମୟରେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଯାଇଥିଲା । ଏହା ପରେ ଶରୀର ଅସୁସ୍ଥ ହେବାକୁ ଲାଗିଲା । ଲଗାତାର ସୁଟିଂ ଏବଂ କ୍ଲାନ୍ତ ହୋଇଯିବାରୁ ଏପରି ହୋଇଛି ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି ।
ରିପୋର୍ଟ ଅନୁସାରେ ଅସୁସ୍ଥ ଅନୁଭବ ପରେ ମଧ୍ୟ ହେଲୀ ସୁଟିକୁ ଆସୁଥିଲେ ମାତ୍ର ୩ ଦିିନ ପୂର୍ବେ ସେ ସୁଟିଂ କରୁଥିବା ସମୟରେ ସେଟରେ ଚେତା ହରାଇ ବସିଥିଲେ । ସେଥିପାଇଁ ମେକର୍ସ ତାଙ୍କୁ କିଛି ଦିନ ଆରାମ କରିବା ପାଇଁ କହିଛନ୍ତି । ହେଲୀଙ୍କ ବଦଳରେ ଏବେ ତାଙ୍କର ବଡି ଡବଲ ସାହାଯ୍ୟରେ ସୁଟିଂ କରାଯାଉଛି ।
ଏହି ଖବରକୁ ନେଇ ହେଲୀ କହିଛନ୍ତି ଯେ, ମୋତେ ଭାଇରାଲ ଇନଫେକ୍ସନ ହୋଇଯାଇଛି । ପ୍ରତ୍ୟେକ ଦିନ ୧୫ ଘଣ୍ଟା କାମ କରିବା ଫଳରେ ସ୍ୱାସ୍ଥ୍ୟ ଖରାପ ହୋଇଗଲା । ଶୋ’ରେ ମୋର ଡବଲ ରୋଲ ଥିବାରୁ ପ୍ରତି ସିନରେ ମୋର ଆବଶ୍ୟକ ପଡୁଥିଲା । ତେଣୁ ମୁଁ ଛୁଟି ନେଇ ପାରୁନଥିଲି । କିନ୍ତୁ ପ୍ରଡକ୍ସନ ହାଉସ ମୋତେ ଏବେ କିଛି ଦିନ ରେଷ୍ଟ କରିବା ପାଇଁ ଦେଇଛନ୍ତି । ଆମ ପାଖରେ ଏପିସୋଡ ବ୍ୟାଙ୍କ ନଥିବାରୁ ଛୁଟି ମାଗିବାକୁ ମଧ୍ୟ ଖରାପ ଲାଗେ ।