Only for Entertainment

ଟିଭି ଏବଂ ଫିଲ୍ମର ପ୍ରସିଦ୍ଧ ଅଭିନେତ୍ରୀ ରୀତା ଭାଦୁଡିଙ୍କ ନିଧନ ।

THE INDIAN EXPRESS
0 43

ଟିଭି ଏବଂ ଫିଲ୍ମରେ ଅନେକ ଶାନଦାର ଅଭିନୟ କରିଥିବା ଅଭିନେତ୍ରୀ ରିତା ଭାଦୁଡିଙ୍କର ୬୫ବର୍ଷରେ ନିଧନ ହୋଇଛି । ରୀତା ଅନେକ ଦିନରେ ରୋଗରେ ପୀଡିତ ଥିଲେ । କିଡନୀ ରୋଗରେ ପୀଡିତ ରୀତା ଦୀର୍ଘ ୧୦ଦିନ ଧରି ମୁମ୍ବାଇ ସ୍ଥିତ ସୁଜୟ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି ଥିଲେ । ତାଙ୍କର ଅନ୍ତିମ ସଂସ୍କାର ଆଜି ଦ୍ୱିପହରରେ ଅନେ୍ଧରୀ ଈଷ୍ଟ ସ୍ଥିତ ପାରସୀବାଡା ଶ୍ମଶାନରେ କରାଯିବ ।

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ ୬୫ବର୍ଷରେ ସାରା ଦୁନିଆରୁ ବିଦାୟ ନେଇଥିବା ରୀତା ଭାଦୁଡି ପୂର୍ବ କିଛି ସମୟରୁ ସେ ଅନେକ ରୋଗ ବ୍ୟାଧିରେ ପୀଡିତ ଥିଲେ । ପୂର୍ବ ବର୍ଷ ଖୁଲାସା ହୋଇଥିଲା ଯେ ତାଙ୍କର କୀଡନି ଦୁର୍ବଳ ହୋଇଯାଇଛି । ଏହି କାରଣରୁ ତାଙ୍କୁ ହସ୍ପିଟାଲ ଯିବାକୁ ପଡୁଥିଲା । ସେ ଷ୍ଟାର ପ୍ଲସର ଟିଭି ସିରିଅଲ ନିମକି ମୁଖିଆରେ ଶେଷ ଥର ପାଇଁ ନଜର ଆସିଥିଲେ । ଏହି ସିରିଅଲରେ ସେ ଇମର୍ତ୍ତୀ ଦେବୀଙ୍କ ଭୁମିକାରେ ନଜର ଆସିଥିଲେ ।

ଶରୀର ଅସୁସ୍ଥ ଥାଇ ମଧ୍ୟ ସେ ଅଭିନୟ କରିବା ଛାଡି ନଥିଲେ । କାରଣ ସେ ଅଭିନୟ ଦ୍ୱାରା ତାଙ୍କ ରୋଗକୁ ଭୂଲିବା ପାଇଁ ସୁଟିଂରେ ବ୍ୟସ୍ତ ଥିବା କହିଥିଲେ । ଅଭିନେତ୍ରି ରୀତା ଭାଦୁଡି ଖୁବ ପରିଚିତ ଅଭିନେତ୍ରୀ ଅଟନ୍ତି । କେବଳ ସିରିଅଲ ନୁହେଁ ସେ ଅନେକ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More