ଅଭିନେତ୍ରୀ ଏବଂ ରାଇଟର ଟ୍ୱିଙ୍କଲ ଖନ୍ନାଙ୍କ ବହି ‘ପାୟଜାମାଜ ଏବଂ ଫରଗିଭିଂ’ ୧୭ ତମ କ୍ରସୱର୍ଡ଼ ବୁକ ଆୱାର୍ଡ଼ସ ପପୁଲାର ଫିକ୍ସନ ବହି ଭାବରେ ପୁରସ୍କୃତ ହୋଇଛି । ବହିରେ ଜଣେ ଅର୍ଦ୍ଧ ବୟସ୍କାଙ୍କ ଜୀବନୀ ବିଷୟରେ ଲେଖା ହୋଇଛି, ଯିଏ ନିଦ ସମସ୍ୟାରେ ପୀଡ଼ିତ ।
ସେରମନୀରେ ପପୁଲାର ବାୟୋଗ୍ରାଫିର ଆୱାର୍ଡ଼ ଜିତିଲା କୃଷ୍ଣା ତ୍ରିଲୋକଙ୍କ ‘ନୋଟସ ଅଫ ଡ୍ରିମ’ । ଏହି ପୁସ୍ତକ ଅସ୍କାର ଆୱାର୍ଡ଼ ବିଜେତା ଏ.ଆର.ରେହମନଙ୍କ ଜୀବନୀ । ନନ ଫିକ୍ସନ କ୍ୟାଟେଗୋରୀରେ ଜ୍ୟୁରୀ ଆୱାର୍ଡ଼ ଜିତିଲା ଶାନ୍ତା ଗୋଖଲେଙ୍କ ବହି ‘ଏ ଲାଇଫ ଟୋଲ୍ଡ ଥ୍ରୁ ଦ ବଡି’ । ପପୁଲାର ନନ ଫିକ୍ସନ ଗୌର ଗୋପାଲ ଦାସଙ୍କ ‘ଲାଇଫ୍ସ ଅମେଜିଙ୍ଗ୍ ସିକ୍ରେଟ୍ସ: ହାଓ ଟୁ ଫାଇଣ୍ଡ ବାଲାନ୍ସ ଆଣ୍ଡ ପର୍ପସ’କୁ ଚୟନ କରାଗଲା ।