Only for Entertainment

ମା’ ଗର୍ଭରେ ଲଢୁଥିବାର ନଜର ଆସିଲେ ଯାଆଁଳା ଶିଶୁ, ଲୋକମାନଙ୍କୁ ହେଉନାହିଁ ବିଶ୍ୱାସ, ଦେଖନ୍ତୁ ଭିଡିଓ !

43

ସାରା ଦୁନିଆରେ ଭାଇ-ଭଉଣୀଙ୍କ ଢିସୁମ ଢିସୁମ ମାରପିଟ ସାଧାରଣ କଥା । ଆପଣ ମଧ୍ୟ କେବେ କେବେ ଛୋଟ ବେଳେ ଭାଇ-ଭଉଣୀକୁ ପିଟିଥିବେ । କିନ୍ତୁ ଚୀନରୁ ଏକ ଏଭଳି ମାମଲା ସାମ୍ନାକୁ ଆସିଛି ଯାହା ଦେଖି ଆପଣଙ୍କୁ ନିଶ୍ଚୟ ଲାଗିବ ଯେ ପିଲା ମା ପେଟରୁ ହିଁ ମାରପିଟ କଳା ଶିଖିଥାଏ ! ଏହା ମିଛ ନୁହେଁ, କାରଣ ଅସଲରେ ଏଭଳି ଘଟଣା ଚୀନରେ ୟିଂଚୁଆନ ସହରରେ ଘଟିଛି ।

ପୂର୍ବ ବର୍ଷ ଚୀନରେ ଏକ କପଲ ପ୍ରେଗ୍ନେଂସୀ ଚେକ ପାଇଁ ହସ୍ପିଟାଲ ଯାଇଥିଲେ । ଯେଉଁଠାରେ ଡାକ୍ତର ମା’ର ଅଲଟ୍ରାଷାଉଣ୍ଡ କରିଥିଲେ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଏଭଳି ଦେଖି ପିଲାର ବାପା ଏହାର ଭିଡିଓ ବନାଇଥିଲେ, ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ମା’ ଗର୍ଭରେ ଯାଆଁଳା ଛ୍ରୁଆ ନଜର ଆସିଛନ୍ତି, ଯିଏ କି ନିଜ ନିଜ ଭିତରେ ଲଢୁଛନ୍ତି । ଆପଣ ଏହି ଭିଡିଓରେ ତାଙ୍କୁ ହାତ ଗୋଡ ଚଳାଉଥିବାର ଏବଂ ଆଲିଙ୍ଗନ କରୁଥିବାର ଦେଖିପାରୁଥିବେ । ଏଠାରେ ଆମେ କହି ରଖୁଛୁ ଯେ ଏଭଳି ମାମଲା ଖୁବ କମ ଦେଖିବାକୁ ମିଳେ । କାରଣ ଆଗରୁ ଶୁଣି ଆସୁଛୁ ଯେ ପିଲା ମା’ ଗର୍ଭରେ ଲାତ ମାରେ ।

ରିପୋର୍ଟ ମୁତାବକ ଯେତେବେଳେ ମା’ର ଏହି ଅଲଟ୍ରାସାଉଂଡ କରାଯାଇଥିଲା, ସେ ୪ମାସର ଗର୍ଭବତୀ ଥିଲେ । ପିଲାଙ୍କ ବାପା ନାଁ ତାଓ ଅଟେ, ଯିଏକି ୨୮ବର୍ଷ ବୟସର ଅଟନ୍ତି । ଏବେ ଏହି ପିଲା ଦୁନିଆକୁ ଆସି ସାରିଲେଣି ଏବଂ ଦୁହିଁଙ୍କ ନାଁ ରଖାଯାଇଛି ଚେରୀ ଏବଂ ଷ୍ଟ୍ରବେରୀ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More