Only for Entertainment

ମୋଦୀଙ୍କୁ ନେଇ ଏହି କଥା କହିବାକୁ ଟ୍ୱିଟର ବନ୍ଦ କଲା ରାକ୍ଷୀ ସାୱନ୍ତଙ୍କ ଆକାଉଣ୍ଟ !

bollywood life
219

ରିପ୍ଲବିକ ପାର୍ଟି ଅଫ ଇଣ୍ଡିଆ (ଏ)ର ମହିଳା ୱିଙ୍ଗ ଅଧ୍ୟକ୍ଷା ତଥା ବଲିଉଡ ଅଭିନେତ୍ରୀ ରାକ୍ଷୀ ସାୱନ୍ତ ନିଜର ବିବାଦୀୟ ବୟାନକୁ ନେଇ ସର୍ବଦା ଚର୍ଚ୍ଚାରେ । ନିକଟରେ ରାକ୍ଷୀ କେନ୍ଦ୍ର ସରକାରଙ୍କ ଦ୍ୱାରା ଜମ୍ମୁ କାଶ୍ମୀରରେ ୩୭୦ ଉଚ୍ଛେଦକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ରାକ୍ଷୀ ଏକ ଭିଡିଓ ଜରିଆରେ ଏହି ପ୍ରସଂଙ୍ଗକୁ ନେଇ ନିଜର ମନ୍ତବ୍ୟ ଦେଇଛନ୍ତି ।

ଭିଡିଓରେ ରାକ୍ଷୀ କହିଛନ୍ତି, ‘ମୋଦୀ ଜୀ ଧନ୍ୟବାଦ, ଆମ କାନୁନୁ ଏବେ ସେଠାରେ ଲାଗୁହେବ । କାଶ୍ମୀର ଆମର ହୋଇଗଲା । ମୋତେ ଆପଣଙ୍କ ଉପରେ ମୁଁ ଗର୍ବିତ । ଆପଣ ବେଷ୍ଟ, ଆପଣଙ୍କ ପରି ଆଉ କେହି ହୋଇପାନରିବେ ନାହିଁ ।’ ଏହା ସହିତ ଏହି ଭିଡିଓରେ ରାକ୍ଷୀ ନାରା ଲଗାଉଥିବାର ମଧ୍ୟ ନଜର ଆସିଥିଲେ । ସେ ନାରା ଲଗାଇ କହିଥିଲେ, ‘ଆମର ନେତା କିପରି ହେବା ଦରକାର ଓ ଆମ ପିଏମ କିପରି ହେବା ଦରକାର, ମୋଦୀଙ୍କ ପରି ହେବା ଦରକାର । ଆପମ କୋଟି କେଟି ବର୍ଷ ବଂଚନ୍ତୁ ଆମେ ସବୁ ଆପଣଙ୍କ ବଂଶ ।’

ଏହା ସହିତ ଭିଡିଓରେ ରାକ୍ଷୀ କହିଥିଲେ, ‘ଧାରା ୩୭୦ ଫିଲ୍ମରେ କାଷ୍ଟ କରିବା ପାଇଁ ମୋ ନିର୍ଦ୍ଦେଶକ ଏବଂ ପ୍ରଡ୍ୟୁସରଙ୍କୁ ଧନ୍ୟବାଦ । ଫିଲ୍ମ କାଶ୍ମୀର ଏବଂ କୁଲ୍ଲୁରେ ସୁଟିଂ ହେବ ।’ କିନ୍ତୁ ରାକ୍ଷୀ ଏହା ଭୁଲି ଯାଇଥିଲେ ଯେ କୁଲ୍ଲୁ କାଶ୍ମୀର ନୁହେଁ ହିମାଚଳ ପ୍ରଦେଶରେ ଅବସ୍ଥିତ ।

 

ଏହି ଭିଡିଓ ସେୟାର କରିବା ପରେ ଟ୍ୱିଟର ନିୟମର ଅବମାନନା କରିବାରକୁ ଟ୍ୱିଟର ପକ୍ଷରୁ ରାକ୍ଷୀଙ୍କ ଆକାଉଣ୍ଟକୁ ବନ୍ଦ କରିଦିଆଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More