ମହାରାଷ୍ଟ୍ର ରାଜନୀତିରେ ବଡ ଧରଣର ଓଲଟପାଲଟ, ସୋସିଆଲ ମିଡିଆରେ ଲୋକେ ଗେମ ଅଫ ଥ୍ରୋନ୍ସ ସହିତ କଲେ ତୁଳନା
ମହାରାଷ୍ଟ୍ରରେ ଜାରି ରହିଛି ମହାନାଟକ । ଶିବସେନା ବଦଳରେ ଏବେ ମହାରାଷ୍ଟ୍ରର ମଙ୍ଗ ଧରିଛି ବିଜେପି ନେତୃତ୍ୱାଧିନ ସରକାର । ଆଜି ସକାଳୁ ସକାଳୁ ହଠାତ ରାଜଭବନରେ ଦେବେନ୍ଦ୍ର ଫଡନଭିସ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଏନସିପି ନେତା ଅଜିତ୍ ପାୱାର । ଯାହାକି ସମସ୍ତଙ୍କୁ ଚକିତ କରି ଦେଇଥିଲା । କାହିଁକି ଗତକାଲି ରାତି ସୁଦ୍ଧା ଯେଉଁଠି ଶିବସେନା, ଏନସିପି ଓ କଂଗ୍ରେସ ମିଳିତ ଭାବେ ସରକାର ଗଠନ କରିବା ନେଇ ଚିତ୍ର ସାମ୍ନାକୁ ଆସିଥିଲା । ଏପରିକି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହେବା ନେଇ ସବୁଜ ସଂକେତ ମିଳିସାରିଥିଲା ହେଲେ ଆଜି ହଠାତ୍ ମହାରାଷ୍ଟ୍ର ରାଜନୀତି ସମସ୍ତଙ୍କୁ ଚମକାଇ ଦେଇଥିଲା ।
ମହାରାଷ୍ଟ୍ର ରାଜନୀତିରେ ହୋଇଥିବା ଏହି ବଡ ଧରଣର ଓଲଟ ପାଲଟ ଦେଖି ସାଧାରଣ ଲୋକେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏହାକୁ ନେଇ ଲୋକେ ସୋସିଆଲ ମିଡିଆରେ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି । ସବୁଠାରୁ ମଜାଦାର ଦେଉଛି ୟୁଜର ମହାରାଷ୍ଟ୍ର ଇଲେକ୍ସନକୁ ଗେମ ଅଫ ଥ୍ରୋନ୍ସ ସହିୀତ ତୁଳନା କରୁଛନ୍ତି ।
ଗେମ ଅଫ ଥ୍ରୋନ୍ସରେ ଯେପରି ଗାଦିକୁ ନେଇ ଲଢେଇ ଦେଖିବାକୁ ମିଳିଛି ମହାରାଷ୍ଟ୍ର ଇଲେକ୍ସନରେ ମଧ୍ୟ ସମାନ ଧରଣର ପରିସ୍ଥିତି ଦେଖିବାକୁ ମିଳିଛି । ଏହା ସହିତ ୟୁଜର ମହାରାଷ୍ଟ୍ର ଇଲେକ୍ସନକୁ ଗେମ ଅଫ ଥ୍ରୋନ୍ସର ଅଷ୍ଟମ ସିଜିନ ବୋଲି କୁହାଯାଉଛି । ଦେଖନ୍ତୁ ଲୋକଙ୍କ ମଜାଦାର ପ୍ରତିକ୍ରିୟା-
Maharashtra elections was better than game of thrones#MaharashtraPolitics
— Shubham kansal (@kansal_22) November 23, 2019
The Real Game of Thrones#MaharashtraPolitics #UddhavThackeray #SanjayRaut pic.twitter.com/t7IONq4Qkd
— Piyush Kulkarni (@PiyushK63703846) November 23, 2019
Amit Shah and Modi should have written Game of Thrones season 8, it would have been so much better 😂😂😂😂😂😂😂😂 #MaharashtraPolitics
— Swati (@swatibhardu) November 23, 2019
Lol! Game of Thrones director will give the responsibility to write the script of next season to Indian Politicians!!!!…..
Game Of Thrones pic.twitter.com/MmFFRqqSXd
— Jyotishko (@Jyotishko6) November 23, 2019
Lol! Game of Thrones director will give the responsibility to write the script of next season to Indian Politicians!!!!…..
Game Of Thrones pic.twitter.com/MmFFRqqSXd
— Jyotishko (@Jyotishko6) November 23, 2019
Just a #GameofThrones version
of #MaharashtraPolitics 😹😹 pic.twitter.com/kSqZCukbW2— Sanket 👑 #Team555 (@iamSanketSRK) November 23, 2019