Only for Entertainment

ଝିଅ ହୋଇ ୨ ବର୍ଷ ହେବ ଯୁବକଙ୍କୁ ଠକୁଥିଲେ ଦୁଇ ଭାଇ !

wikiHow
30

ପଞ୍ଜାବର ମୋଗାରେ ଠକାମିର ଏକ ଅଜବ ମାମଲା ପଦାକୁ ଆସିଛି । ଏଠାକାର ଦୁଇଭାଇ ଗତ ୨ ବର୍ଷଧରି ଝିଅ ବନି ଜଣେ ଯୁବକଙ୍କ ସହିତ କଥାବାର୍ତ୍ତା କରୁଥିଲେ, ତାଙ୍କ ସହ ଭାବ ଆଦାନପ୍ରଦାନ କରି ଲକ୍ଷ୍ୟାଧିକ ଟଙ୍କା ଠକି ନେଇଥିଲେ । ସୂଚନା ଅନୁସାରେ ଏଠାରେ ରହୁଥିବା ଦୁଇଭାଇ ଝିଅ ସ୍ୱରରେ ଏହି ଯୁବକଙ୍କ ସହ ଫୋନରେ କଥାବାର୍ତ୍ତା ହେଉଥିଲେ ।

ପୀଡିତ ଯୁବକଙ୍କ କହିବା ଅନୁସାରେ ଏହି ଝିଅ ମୋତେ ବିବାହ କରିବାର ପ୍ରତିଶ୍ରୁତି ଦେଇଥିଲେ । ମୁଁ ତାଙ୍କ ସହ ନିୟମିତ ଫୋନରେ କଥା ହେଉଥିଲି । କଥାବାର୍ତ୍ତା ସମୟରେ ସେମାନେ ମୋତେ ପ୍ରେମ ନିବେଦନ ସହ ଅନେକ ବ୍ୟକ୍ତିଗତ ଗୋପନୀୟ କଥା କହୁଥିଲେ । ତାଙ୍କ କଥାକୁ ବିଶ୍ୱାସ କରି ମୁଁ ୨ବର୍ଷ ମଧ୍ୟରେ ୧୨ଟି ମୋବାଇଲ ଫୋନ, ଗୋଟିଏ ଲାପଟପ, ସୁନା ଚେନ, ୪ଲକ୍ଷ ୩୦ହଜାର ଟଙ୍କା ଦେଇସାରିଛି । ହେଲେ ଏବେ ଜାଣିପାରିଲି ସେମାନେ ଝିଅ ନୁହଁନ୍ତି ପୁଅ । ପୁଲିସରେ ଅଭିଯୋଗ କରିବା ପରେ ବର୍ତ୍ତମାନ ଏହି ଦୁଇଭାଇ ଜେଲରେ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More