Only for Entertainment

ଖରାଦିନେ ଥଣ୍ଡା ରଖେ ଏହି ଭିନ୍ନ ସରବତ, ଯାହା ଆପଣ ଆଗରୁ ଜାଣିନଥିବେ ।

livelovefruit
0 77

ଖରାଦିନେ ଶରୀରରୁ ଝାଳ ବାହାରିଥାଏ। ଫଳରେ ଶରୀରରୁ ଜଳୀୟ ଅଂଶର ପରିମାଣ କମିବାରେ ଲାଗିଥାଏ। ତେଣୁ ଲୋକେ ବଜାରରେ ବିକ୍ରି ହେଉଥିବା ସୁଲଭ ମୂଲ୍ୟର ଜୁସ୍ ପିଇଥାଆନ୍ତି। ଏହି ମୃଦୁ ପାନୀୟ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ। ନିଜକୁ ଖରା ଦିନେ ଫିଟ୍ ରଖିବା ପାଇଁ ସବୁଠୁ ଭଲ ଘରେ ତିଆରି ସରବତ। ଦହି ସରବତ, ଲେମ୍ବୁ ସରବତ, ବେଲ ସରବତ, ଆମ୍ବ ସରବତ କଥା ତ ଆପଣ ଜାଣିଛନ୍ତି। କିନ୍ତୁ ଆମେ ଏଠାରେ ଆଉ ଦୁଇଟି ସରବତ ସମ୍ପର୍କରେ ବତାଇଛୁ । ଯାହା ଆପଣଙ୍କୁ ଏହି ଖରା ଦିନେ ଥଣ୍ଡା ଅନୁଭବ କରାଇବ ।

Tamarind-Juice-preparation

 

ତେନ୍ତୁଳି ସରବତ– ତେନ୍ତୁଳିରେ ଭରପୂର ମାତ୍ରାରେ ଭିଟାମିନ୍ ଓ ଖଣିଜ ପଦାର୍ଥ ଭରି ରହିଛି। ଏହି ସରବତ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ତେନ୍ତୁଳି, ଗୁଡ ଓ ସୈନ୍ଧବ ଲବଣକୁ ରାତି ସାରା ଭିଜେଇ ରଖନ୍ତୁ। ସକାଳେ ନିଜ ଆବଶ୍ୟକତା ଅନୁସାରେ ପାଣି ପକାଇ ସରବତ ପ୍ରସ୍ତୁତ କରନ୍ତୁ।

Fennel-Celery-And-Ginger-Juice_enjoy_20180202-1300x867

ପାନ ମଧୁରୀ ସରବତ– ପାନ ମଧୁରୀ ସରବତ ପିଇବା ଦ୍ୱାରା ଆପଣଙ୍କ ଶରୀର ଓ ମସ୍ତିଷ୍କ ଥଣ୍ଡା ରହିଥାଏ। ଏହି ସରବତ ପ୍ରସ୍ତୁତ କରିବା ପାଇଁ ଏକ ଚାମଚ ପାନ ମଧୁରୀକୁ ରାତିସାରା ପାଣି ଭିଜାଇ ରଖନ୍ତୁ। ସକାଳେ ଏହି ଭିଜା ଯାଇଥିବା ପାଣିରୁ ପାନ ମଧୁରୀକୁ ବାହାର କରି ଚିନି କିମ୍ୱା ମହୁ ପକାଇ ସରବତ ପ୍ରସ୍ତୁତ କରିପାରିବେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More