Only for Entertainment

କୁକୁରକୁ କେନ୍ଦ୍ର କରି ଦୁଇ ବନ୍ଧୁଙ୍କ ମଧ୍ୟରେ ବିବାଦ, ଚାଲିଗଲା ଜଣଙ୍କର ଜୀବନ ।

The Quint
0 40

କୁକୁର ଉପରକୁ ପଥର ଫିଙ୍ଗାକୁ ନେଇ ଦୁଇ ବନ୍ଧୁଙ୍କ ମଧ୍ୟରେ ବିବାଦ ଏତେ ମାତ୍ରାରେ ବଢିଗଲା ଯେ, ଏଥିରେ ଚାଲିଗଲା ଜଣଙ୍କର ଜୀବନ । ଏହି ଘଟଣାଟି ବେଙ୍ଗାଲୁରୁର କଲସିପଲୟମରେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଘଟିଛି । ମୃତକ ଜଣଙ୍କ ହେଉଛନ୍ତି ଟ୍ରକ ଡ୍ରାଇଭର ଜି. ନାଗରାଜ (୪୫) । ଘଟଣାରେ ପୁଲିସ ୟୁନିସ ନାମକ ଜଣେ ବ୍ୟକ୍ତିଙ୍କୁ ଖୋଜୁଛି ।

ମିଳିଥିବା ସୂଚନାଅନୁସାରେ ୟୁନିସ ଏବଂ ଜି. ନାଗରାଜ ବନ୍ଧୁ ଅଟନ୍ତି । ମଙ୍ଗଳବାର ରାତିରେ ୟୁନିସ ପ୍ରାର୍ଥନା ଭବନରେ ପହଞ୍ଚିବା ସମୟରେ ତାଙ୍କ ଆଗରେ ଗଳିର ଏକ କୁକୁର ଯିବା ସହ ଭୋକିଥିଲା । ଏହାପରେ ୟୁନିସ କୁକୁର ଉପରକୁ ଟେକାମାଡ କରିଥିଲେ । ଏହି ଘଟଣାକୁ ବିରୋଧ କରିଥିଲେ ତାଙ୍କ ବନ୍ଧୁ ଜି. ନାଗରାଜ । ଏହାକୁ ନେଇ ଦୁଇ ବନ୍ଧୁଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ପରେ ୟୁନିସ ନାଗରାଜଙ୍କୁ ଧକ୍କା ମାରିଥିଲେ । ନାଗରାଜ ଏକ ପଥର ଉପରେ ପିଟି ହୋଇପଡିଥିଲେ । ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣା ଏବେ ସେହି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More