Only for Entertainment

ଏହି ଦୁଇ ଝିଅ ସାରା ଅଲୀ ଖାନଙ୍କୁ ଦେଲେ ଟକ୍କର, ୟୁଟ୍ୟୁବରେ ମଚାଇଲେ ଧମାଲ !

zeenews
47

ବଲିଉଡ ଅଭିନେତ୍ରୀ ସାରା ଅଲୀ ଖାନ ଏବଂ ରଣବୀର ସିଂଙ୍କ ଫିଲ୍ମ ସିମ୍ବାର ଗୀତ ‘ଆଂଖ ମାରେ’ ଇଂଟରନେଟରେ ଏବେ ପର୍ଯ୍ୟନ୍ତ ଧୁମ ମଚାଇବାରେ ଲାଗିଛି । ଟି-ସିରିଜ ଦ୍ୱାରା ୫ଡିସେମ୍ବରରେ ରିଲିଜ ହୋଇଥିବା ଏହି ଗୀତ ଏବେ ପର୍ଯ୍ୟନ୍ତ ୫୪କୋଟିରୁ ଉଦ୍ଧ୍ୱର୍ ଥର ଦେଖାଯାଇ ସାରିଲାଣି । ଏହି ଗୀତରେ ରଣବୀର ଏବଂ ସାରାଙ୍କ ଜବରଦସ୍ତ ଡାନ୍ସ ଦେଖିବାକୁ ମିଳିଥିଲା । କେବଳ ସେତିକି ଏହି ଗୀତକୁ ଯୁବାପିଢୀରେ କ୍ରେଜ ଦେଖିବାକୁ ଏବେ ମଧ୍ୟ ମିଳୁଛି ।

ସେହିଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏବେ ପର୍ଯ୍ୟନ୍ତ ଏହି ଭିଡିଓକୁ ୧୭ଲକ୍ଷର ଅଧିକ ଥର ଦେଖା ଯାଇସାରିଲାଣି ଏହାସହ ଖୁବ ସାରା ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳିଛି । ଏହି ଭିଡିଓରେ ପରଫର୍ମ କରୁଥିବା ଝିଅଙ୍କ ଡାନ୍ସ ମୁଭ୍ସ ଏଭଳି ରହିଛି ଯାହା ଆପଣଙ୍କ ମନ ଜିଣି ନେବ । ଏହି ଭିଡିଓରେ ପରଫର୍ମ କରୁଥିବା ଝିଅ ଏହି ଗୀତରେ ସାରାଙ୍କ ଦ୍ୱାରା କରାଯାଇଥିବା ଡାନ୍ସକୁ ଏକ ଭିନ୍ନ ଢଙ୍ଗରେ ପରିବେଶଣ କରିଛନ୍ତି, ଯାହା ଲୋକଙ୍କୁ ପସନ୍ଦ ଆସୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More