Only for Entertainment

ପୁଣି ବିବାଦରେ ବିଜେପି ବିଧାୟକ ରାମ କଦମ । ସୋନାଲି ବେନ୍ଦ୍ରେଙ୍କ ମୃତ୍ୟୁକୁ ନେଇ ଦେଲେ ଉଡ଼ା ଖବର ।

www.oneindia.com
0 36

ଆଜିକାଲି ଅଧିକାଂଶ ଲୋକ କର୍କଟ ରୋଗରେ ପିଡ଼ିତ ହେଉଥିବା ଦେଖିବାକୁ ମିଳୁଛି । କେବଳ ସାଧାରଣ ଲୋକ ନୁହଁନ୍ତି ବରଂ ବଡ଼ ସେଲିବ୍ରେଟୀମାନେ ବିଭିନ୍ନ ଚାକଚକ୍ୟ ଏବଂ ଖୁବ ଟ୍ରିଟମେଂଟରେ ରହିବା ପରେ ମଧ୍ୟ ଏହି ରୋଗରେ ପିଡ଼ିତ ହେଉଛନ୍ତି । ତେବେ ଯେଉଁଠାରେ ସାଧାରଣ ଲୋକଟିଏ ଟଙ୍କା ଅଭାବରୁ ଚିକିତ୍ସା କରି ନ ପରି ମୃତ୍ୟୁ ବରଣ କରୁଛି ସେହି ସ୍ଥାନରେ ସେଲିବ୍ରେଟୀ ମାନେ ପ୍ରଚୁର ଟଙ୍କା ପ୍ରୟୋଗ କରି ଏହି ରୋଗରୁ ମୁକ୍ତି ପାଇ ପାରୁଛନ୍ତି । ତେବେ ଅଭିନେତା ଇରଫାନ ଖାନ ମଧ୍ୟ କର୍କଟ ରୋଗରେ ପିଡ଼ିତ ଏବଂ ସେ ବିଦେଶରେ ଚିକିତ୍ସିତ ହେଉଛନ୍ତି,ଏହା ସହିତ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ମଧ୍ୟ ଏହି ରୋଗରେ ପିଡ଼ିତ ଏବଂ ବିଦେଶରେ ଚିକିତ୍ସିତ ହେଉଛନ୍ତି । ଯେତେବେଳେ ସାରା ଦେଶର ଲୋକ ସୋନାଲିଙ୍କ ଶରୀର ସୁସ୍ଥ ହେବା ପାଇଁ ପ୍ରାର୍ଥନା କରୁଛନ୍ତି ସେହି ସମୟରେ ବିଜେପି ବିଧାୟକ ରାମ କଦମ ସୋନାଲିଙ୍କୁ ନେଇ ଏଭଳି ଏକ ମନ୍ତବ୍ୟ ଟ୍ୱିଟରରେ ପୋଷ୍ଟ କରିଛନ୍ତି ଯାହା ନିହାତି ଭାବରେ ନିନ୍ଦାଜନକ ।

ବାସ୍ତବରେ ବିଜେପି ବିଧାୟକ ରାମ କଦମ ମରାଠୀ ଭାଷାରେ ଟ୍ୱିଟ କରିଥିଲେଯେ ସୋନାଲି ବେନ୍ଦ୍ରେ ଆମେରକାରେ ମୃତ୍ୟୁବରଣ କରିଛନ୍ତି । କିନ୍ତୁ ଏହାର ଅଧଘଂଟା ପରେ ସେ ଟ୍ୱିଟ୍ଟିକୁ ଡିଲିଟ କରି ଦେଇଥିଲେ । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛିଯେ ଏଭଳି ଟ୍ୱିଟ୍ କରିବାର ଠିକ ଚାରି ଦିନ ପୂର୍ବରୁ ରାମ କଦମ ଯୁବପିଢିଙ୍କୁ ସାହାଯ୍ୟ କରିବାକୁ ନେଇ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଯାହାପରେ ଶୁକ୍ରବାର ଦିନ ସେ ସୋନାଲି ବେନ୍ଦ୍ରେଙ୍କ ମୃତ୍ୟୁ ହୋଇଥିବା ଟ୍ୱିଟ କରିଥିଲେ । ପରେ ସେ ଏହାକୁ ଡିଲିଟ କରି ଦେଇଥିଲେ ଏବଂ ଏହାକୁ ଏକ ଗୁଜବ ବା ଉଡ଼଼ାଖବର ବୋଲି ଲେଖିଥିଲେ । ଏହା ସହିତ ଗତ ଦୁଇ ଦିନ ହେବ ତାଙ୍କ ସୁସ୍ଥ ହେବାକୁ ନେଇ ପ୍ରାର୍ଥନା କରୁଛନ୍ତି ବୋଲି ମଧ୍ୟ ଟ୍ୱିଟ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More