Only for Entertainment

ବଲିଉଡର ଏହି ଅଭିନେତ୍ରୀଙ୍କୁ ଖୁବଶୀଘ୍ର ବିବାହ କରିବେ ଆଦିତ୍ୟ ଚୋପ୍ରାଙ୍କ ସାନଭାଇ ଉଦୟ ଚୋପ୍ରା।

NDTV
0 46

ବଲିଉଡ ଅଭିନେତା ଆଦିତ୍ୟ ଚୋପ୍ରାଙ୍କ ସାନଭାଇ ଉଦୟ ଚୋପ୍ରା ଖୁବଶୀଘ୍ର ବଲିଉଡର ଜଣେ ନାୟିକାଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଏହି ଅଭିନେତ୍ରୀ ଅନେକ ସମୟରେ ଉଦୟଙ୍କ ସହିତ ଅଫେୟର୍ସକୁ ନେଇ ଚର୍ଚ୍ଚାରେ ଆସିଥାନ୍ତି । ସେ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ନର୍ଗିସ ଫାଖରୀ । ନର୍ଗିସ ଏବଂ ଉଦୟ ବହୁଦିନଧରି ଜଣେ ଦୁଇଜଣଙ୍କୁ ଡେଟ କରୁଛନ୍ତି । କିନ୍ତୁ ଖବର ଆସିଥିଲାଯେ କିଛିଦିନ ହେବ ଏହି ଦୁଇଜଣଙ୍କ ମଧ୍ୟରେ ମନମାଳୀନ ହୋଇଥିଲା । କିନ୍ତୁ ଏହି ଖବର ଏବେ ମିଛବୋଲି ପ୍ରମାଣିତ ହୋଇଛି । ଖବର ଅନୁସାରେ ଦୁଇଜଣ ଏବେ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି । ନର୍ଗିସ କିଛିଦିନ ହେବ ୟଶ ଚୋପ୍ରାଙ୍କ ବଙ୍ଗଳାକୁ ସିଫ୍ଟ ହୋଇଯାଇଛନ୍ତି । ବହୁଦିନ ଧରି ଦୁଇଜଣ ଲିଭଇନ ରିଲେସନସିପରେ ରହୁଛନ୍ତି ।

ସୂଚନା ଅନୁସାରେ ଦୁଇଜଣ ଏବେ ବିବାହ ବନ୍ଧନରେ ବାନ୍ଧି ହେବାକୁ ନିଷ୍ପତ୍ତି ନେଇଛନ୍ତି । ଯଦି ସବୁକିଛି ଠିକ୍ ରହିବ ତେବେ ଆସନ୍ତା ବର୍ଷ ଦୁଇଜଣଙ୍କ ବିବାହ ହୋଇପାରେ । କିନ୍ତୁ ଦୁଇବର୍ଷ ହେବ ବିବାହ କରିବାକୁ ଆଲୋଚନା କରୁଛନ୍ତି । ପ୍ରଫେସନାଲ କମିଟମେଂଟ ଚାଲିଥିବାରୁ ସେମାନେ ଏଭଳି କରିପାରୁନାହାନ୍ତି । ଯଦି ଏହିଦୁଇଜଣଙ୍କ ବିବାହ ହୋଇଯିବ ତେବେ ନର୍ଗିସ ରାଣୀ ମୁଖାର୍ଜୀଙ୍କ ସାନ ଜା ହେବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More