Only for Entertainment

ବାଲା ଫିଲ୍ମର ନିର୍ମାତାଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆଣିଲେ ଅଭିଷେକ ପାଠକ !

hindi rush
47

ଗୋଟିଏ ବିଷୟକୁ ନେଇ ଦୁଇ ଦୁଇଟି ଫିଲ୍ମ । ଯେଉଁଠି ଅଭିନେତା ଆୟୁଷ୍ମାନ୍ ଖୁରାନା ଚନ୍ଦାପଣକୁ ନେଇ ଏକ ସିନେମା ଭେଟିଦେବାକୁ ଯାଉଛନ୍ତି, ସେଠାରେ ଏହି ବିଷୟକୁ ନେଇ ଆଉ ଏକ ଫିଲ୍ମ ‘ଉଜଡା ଚମନ୍’ ମଧ୍ୟ ରିଲିଜ୍ ହେବାକୁ ଯାଉଛି । ଗୋଟିଏ ବିଷୟକୁ ନେଇ ପୂର୍ବରୁ ବି ଅନେକ ସିନେମା ଦେଖିବାକୁ ମିଳିଛି । ଯେପରି ଓ ମାଇ ଗଡ୍ ଏବଂ ପିକେ, ଭଗତ ସିଂ ଏଭଳି ଅନେକ । ମାତ୍ର ଚନ୍ଦାପଣକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ଦୁଇଟି ସିନେମା ଗୋଟିଏ ସପ୍ତାହରେ ମୁକ୍ତିଲାଭ କରୁଛି । ଯେଉଁଠି ବାଲା ୭ ନଭେମ୍ବରରେ ପରଦାକୁ ଆସୁଛି, ସେଠାରେ ଉଜଡା ଚମନ୍ ୮ ନଭେମ୍ବରରେ ମୁକ୍ତିଲାଭ କରିବ ।

ଉଡତା ଚମନ ଫିଲ୍ମର ନିର୍ଦ୍ଦେଶକ ଅଭିଷେକ ପାଠକ କହିଛନ୍ତି, ‘ଆମ ଫିଲ୍ମ ୨୦୧୭ରେ ରିଲିଜ ହୋଇଥିବା କନ୍ନମମଡ ଫିଲ୍ମ ଓନ୍ଧୁ ମୋଟେୟା କାଥେର ଅଫିସିଆଲ ହିନ୍ଦୀ ରିମେକ । ମୁଁ ଆଶା କରୁଛି ଭଲ କାହାଣୀ ଦର୍ଶକଙ୍କ ନିକଟରେ ପହଁଚାଇବା ଆମର କର୍ତ୍ତବ୍ୟ । ମୋ କମ୍ପାନୀ ଏହି ପରି କାହଣୀ ଖୋଜି ଦକର୍ଶକଙ୍କ ପାଖରେ ପହଁଚାଇଥାଏ । ’

ସେ ଆହୁରି ମଧ୍ୟ କହିଛନ୍ତି, ‘ଆୟୁଷ୍ମାନ ଏବେ ନିଜ କ୍ୟାରିଅରର ଶୀର୍ଷରେ ଅଛନ୍ତି । ତେଣୁ ତାଙ୍କ ଫିଲ୍ମକୁ ଅଧିକ କ୍ଷତି ହେବ । ଦୁଇଟି ଫିଲ୍ମର ପୋଷ୍ଟର ମଧ୍ୟ ଏକ ସାମାନ ହୋଇଛି । ’ଲିଗାଲ ଆକ୍ସନକୁ ନେଇ ଅଭିଷେକ କହିଛନ୍ତି ଯେ, ‘ଆମେ ଆମର ଲିଗାଲ ଟିମ ସହିତ ଆଲୋଚନା କରୁଛୁ । କିଛି ଦିନରେ ଏହାକୁ ନେଇ ଲିଗାôଲ ଆକ୍ସନ ନିଆଯିବ । ’ ସେ କହିଛନ୍ତି ବାଲାର ଟିମ କପିରାଇଟ ନିୟମର ଉପଲ୍ଲଙ୍ଘନ କରିଛନ୍ତି । ଅରିଜିନାଲ ରାଇଟ ମୋ ପାଖରେ ଥିବା ବେଳେ ସେମାନେ ନିୟମ ଉଲ୍ଲଙ୍ଘନ କରି ଫିଲ୍ମ ନିର୍ମାଣ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More