Only for Entertainment

ଭୂତ ସହିତ ଶାରୀରିକ ସମ୍ପର୍କ ରଖିଛନ୍ତି ଏହି ଯୁବତୀ, କହିଲେ ଖୁବ ଶୀଘ୍ର ଆସିବ ‘ଘୋଷ୍ଟ ବେବି’ ।

ndtv
0 66

ବ୍ରିଟେନର ବ୍ରିଷ୍ଟଲରେ ରହୁଥିବା ଜଣେ ମହିଳା ଏପରି ଏକ କଥା କହୁଛନ୍ତି ଯାହାକୁ ସହଜରେ ବିଶ୍ୱାସ କରି ହେଉନାହିଁ । ଆମେଥିଷ୍ଟ ରେଲମ ନାମକ ଏହି ମହିଳା ଭୂତ ସହ ଶାରୀରିକ ସମ୍ପର୍କ ରଖୁଥିବା କହିବା ସହ ଆମେ ଖୁବ ଶୀଘ୍ର ସନ୍ତାନ ଜନ୍ମ ଦେବାର ପ୍ଳାନିଂ କରିଛୁ ବୋଲି କହିଛନ୍ତି ।

ରିପୋର୍ଟ ଅନୁସାରେ ଆମେଥିଷ୍ଟ ନିଜ ପୁରୁଷ ବନ୍ଧୁଙ୍କ ସହ ବିବାହ କରିବାର ଯୋଜନା କରିଥିଲେ । ଦୁଇଜଣଙ୍କ ମଧ୍ୟରେ ନିର୍ବନ୍ଧ ମଧ୍ୟ ହୋଇଥିଲା । ତେବେ ତାଙ୍କ ପୁରୁଷ ବନ୍ଧୁ ବହୁ ସମୟରେ ବାହାରେ ରହୁଥିଲେ । ଏହା ଭିତରେ ଏକ ଭୂତ ସହ ସମ୍ପର୍କରେ ଆସିଥିଲେ ମହିଳା । ପୁରୁଷ ବନ୍ଧୁ ଏହା ଜାଣିବା ପରେ ବ୍ରେକ ଅପ କରିଥିଲେ ।

ମହିଳାଙ୍କ କହିବାନୁସାରେ ମୁଁ ଗତ କିଛି ବର୍ଷ ଧରି ଭୂତ ସହ ସମ୍ପର୍କରେ ରହିଛି । ତାଙ୍କଠାରୁ ପ୍ରେମର ଅନୁଭବ କରିଛି । ଦିନେ ମୁଁ ବର୍ଷାର ଆନନ୍ଦ ନେଉଥିଲା ବେଳେ ହଠାତ ମୋ ଭିତରେ ଏକ ନୂଆ ଉର୍ଜା ସୃଷ୍ଟି ହୋଇଥିଲା । ମୁଁ ଜାଣିପାରିଥିଲି ମୋର ନୂଆ ପ୍ରେମିକ ଆସିଯାଇଛନ୍ତି । ସେ ଆହୁରି କହିଛନ୍ତି ଯେ, ମୁଁ କେବେବି ଭୂତକୁ ଦେଖିନାହିଁ, ହେଲେ ତାଙ୍କ ସହ କଥା ହେଉଛି ଏବଂ ଶାରୀରିକ ସମ୍ପର୍କ ମଧ୍ୟ ରଖୁଛି । ଖୁବଶୀଘ୍ର ଭୂତ ସନ୍ତାନକୁ ଜନ୍ମ ଦେବାକୁ ଯାଉଛି ।

କେବଳ ଏତିକି ନୁହେଁ ଯୁବତୀ ଜଣଙ୍କ ଇଣ୍ଟରଭ୍ୟୁରେ କହିଥିଲେ ସେ ଏପର୍ଯ୍ୟନ୍ତ ୧୪ ଭୂତଙ୍କ ସହିତ ଶାରୀରିକ ସମ୍ବନ୍ଧ ବନାଇ ସାରିଛନ୍ତି । ଖୁବ ଶୀଘ୍ର ଘୋଷ୍ଟ ବେବିକୁ ଜନ୍ମ ଦେବା ପାଇଁ ବିଚାର କରୁଛନ୍ତି ବୋଲି କହିଥିଲେ । ଏହା ଆପଣମାନେ ବିଶ୍ୱାସ ନକଲେ ମଧ୍ୟ ସତ ଅଟେ ।
ଦେଖନ୍ତୁ ଭିଡିଓ-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More