Only for Entertainment

ପ୍ରଥମଥର ପାଇଁ ସଂସଦରେ ରିପୋର୍ଟ ଉପସ୍ଥାପନା କଲା ରୋବର୍ଟ, ଟ୍ୱିଟରରେ ପ୍ରଧାନମନ୍ତ୍ରୀଙ୍କୁ ଟ୍ରୋଲ କଲେ ୟୁଜର ।

ndtv
33

ମନ୍ତ୍ରୀ ନୁହେଁ ବଂର ସଂସଦରେ ପ୍ରଥମଥର ପାଇଁ ରିପୋର୍ଟ ଉପସ୍ଥାପନ କଲା ରୋବର୍ଟ । ଏହା ଆଶ୍ଚର୍ଯ୍ୟ ଲାଗିଲେ ବି ସତ ! ସାଧାରଣତଃ ସଂସଦରେ ମନ୍ତ୍ରୀମାନେ ରିପୋର୍ଟ ଉପସ୍ଥାପନ କରିଥାନ୍ତି କିନ୍ତୁ ବ୍ରିଟେନର ସଂସଦରେ ପ୍ରଥମଥର ପାଇଁ ରୋବର୍ଟ ରିପୋର୍ଟ ଉପସ୍ଥାପନ କରିଛି । ଯହାକୁ ନେଇ ଲୋକମାନେ ଟ୍ୱିଟରରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଥେରେସାଙ୍କୁ ସମାଲୋଚନା କରିଛନ୍ତି ।


ସୂଚନା ମୁତାବକ ରୋବର୍ଟର ନାମ ହେଉଛି ପେପର । ଏଯୁକେଶନ ସିଲେକ୍ଟ କମିଟିର ଅଧ୍ୟକ୍ଷ ତଥା ସାଂସଦ ରବର୍ଟ ହମ୍ପାନ ପେପରକୁ ଆମନ୍ତ୍ରଣ କରିଥିଲେ । ଏହା ପରେ ପେପର ସଂସଦରେ ରିପୋର୍ଟ ଉପସ୍ଥାପନ କରିଥିଲେ । ଏହିସହିତ ରୋବର୍ଟ ଏଜୁକେଶନ ସିଲେକ୍ଟ କମିଟି ଆଗରେ ଆର୍ଟିଫିସିଆଲ ଇଂଟେଲିଜେନ୍ସି ବିଷୟରେ କହିଥିଲା ଏବଂ ସ୍କୁଲମାନଙ୍କରେ କିପରି ପରିବର୍ତ୍ତନ କରାଯିବା ଉଚିତ ସେନେଇ ମଧ୍ୟ ସଂସଦରେ ମତ ପ୍ରଦାନ କରିଥିଲା ରୋବର୍ଟ । ଏହି ରୋବର୍ଟ ପୂର୍ବରୁ ମଧ୍ୟ ଏପରି କାମ କରିସାରିଛି । ଯାହାଫଳରେ ସଂସଦରେ ରୋବର୍ଟକୁ ରିପୋର୍ଟ ପ୍ରଦାନ କରିବା ପାଇଁ ଅନୁମତି ଦିଆଯାଇଥିଲା । କିନ୍ତୁ ଏହି କଥାକୁ ନେଇ ଟ୍ୱିଟ୍ ଜରିଆରେ ଲୋକମାନେ ପିଏମଙ୍କୁ ସମାଲୋଚନା କରିଛନ୍ତି ।


ଜଣେ ୟୁଜର୍ସ ଟ୍ୱିଟ ଜରିଆରେ ଲେଖିଛନ୍ତି, କଣ ଏବେ ଆମ ପ୍ରଧାନମନ୍ତ୍ରୀ ଜଣେ ରୋବର୍ଟ ? ଏଠାରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ତ ଭଲ କାମ ରୋବର୍ଟ କରି ଦେଖାଇଛି । ଏହି ଭଳି ଅନେକ କଥା କହି ଲୋକମାନେ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରୁଥିବା ବେଳେ ଅନ୍ୟ ପଟେ ଲୋକେ ରୋବର୍ଟ ପେପରର ଖୁବ ପ୍ରସନ୍ସା କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More