Only for Entertainment

ଲୁକା ଛୁପିର ଡାଏଲଗ ପ୍ରମୋ ରିଲିଜ ।ଖୋଲିବ ଗୁଡୁ ରଶ୍ମିଙ୍କ…………….. ।

bollywood tadka
30

ବଲିଉଡ ଆକ୍ଟର କ୍ରିତି ସାନନ ଏବଂ କାର୍ତ୍ତିକ ଆୟନଙ୍କ ଫିଲ୍ମ ଲୁକା ଛୁପିର ଡାଏଲଗ ପ୍ରମୋ ରିଲିଜ ହୋଇଛି । ଏହାକୁ କୃତି ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଶେୟାର କରିଛନ୍ତି । ଭିଡ଼ିଓ ଶେୟାର କରି କ୍ୟାପ୍ସନରେ ସେ ଲେଖିଛନ୍ତି କ’ଣ ଖୋଲିବ ଗୁଡୁ ଏବଂ ରଶ୍ମିଙ୍କ ପୋଲ୍? ପ୍ରମୋରେ ଦୁଇ ଆକ୍ଟର ରୋମାନ୍ସ କରୁଥିବାର ନଜର ଆସିଛି । ଏହା ସହିତ ଦୁଇଜଣଙ୍କ କମେଡି ଡାଏଲଗ ମଧ୍ୟ ନଜର ଆସିଛି ।

 

ଫିଲ୍ମର କାହାଣୀ ଲିଭ ଇନ ରିଲେସନସିପ ଉପରେ ଆଧାରିତ । ନିକଟରେ ଏକ ଇଂଟରଭ୍ୟୁରେ ଫିଲ୍ମକୁ ନେଇ ସାମ୍ନାକୁ ଆସିଥିଲା କାର୍ତ୍ତିକଙ୍କ ମତ । ଯେଉଁଥିରେ ସେ କହିଥିଲେଯେ ଯଦିଓ ଫିଲ୍ମର କାହାଣୀ ଲିଭ ଇନ ରିଲେସନସିପ ଉପରେ ଆଧାରିତ ତଥାପି ଏହାର କାହାଣୀ କିଛି ମାତ୍ରାରେ ଭିନ୍ନ । ଏହା ସହିତ କହିରଖୁଛୁଯେ ଯଦିଓ ଦୁଇଜଣ ଲିଭ ଇନ ରିଲେସନସିପରେ ରହୁଛନ୍ତି ତଥାପି ଉଭୟଙ୍କୁ ପରିବାର ସହିତ ସମୟ ବିତାଉଥିବାର ଦେଖିବାକୁ ମିଳିବ ।
ଖବର ମୁତାବକ ଏହି କମେଡି ଡ୍ରାମା ଫିଲ୍ମ ୧ ମାର୍ଚ୍ଚକୁ ସିନେମା ଘରେ ରିଲିଜ ହେବାକୁ ଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More