Only for Entertainment

ଶାହରୁଖ ପୁଲିସ ଅଫିସର ହେଲେ ରଣବୀର ହେବେ ତାଙ୍କ କନଷ୍ଟେବଲ !

23

ଗତ ରବିବାର ମୁମ୍ବାଇରେ କଳାକାରଙ୍କ ରଂଗାରଂଗ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଏହି କାର୍ଯ୍ୟକ୍ରମ ମୁମ୍ବାଇ ପୁଲିସଙ୍କ ପାଇଁ ଆୟୋଜନ ହୋଇଥିଲା , ଯାହାର ନାଁ ଥିଲା ଉମଙ୍ଗ । ଏଠାରେ କଳାକାରମାନେ ଖୁବ ମସ୍ତି କରିଥିଲେ । ଏହି ମଂଚରେ ପହଂଚିଥିଲେ ଶାହରୁଖ ଏବଂ ରଣବୀର କପୂର ଓ କହିଥିଲେ ତାଙ୍କ ଏତେ ଦିନର ଫିଲ୍ମ କ୍ୟାରିଅରରେ ସେ କେଉଁ ଚରିତ୍ର ତୁଲାଇ ନାହାନ୍ତି ।

ଷ୍ଟେଜରେ ରଣବୀର କହିଥିଲେ ଯେତେବେଳେ ତାଙ୍କର ଫିଲ୍ମ ଭଲ ଚାଲିନଥିଲା , ସେହିସମୟରେ ଜଣେ ଟ୍ରାଫିକ ପୁଲିସ ତାଙ୍କୁ ରାସ୍ତାରେ ଅଟକାଇ ଅନେକ ସମୟ ଧରି ବୁଝାଇଥିଲେ ଯେ ରଣବୀରଙ୍କୁ କେଉଁ ଚରିତ୍ର କରିବା ଉଚିତ । ସେହିଭଳି ଷ୍ଟେଜରେ ଥିବା ଶାହରୁଖ ତାଙ୍କୁ ହଠାତ ପଚାରିଥିଲେ ଯେ ତାଙ୍କୁ ଫିଲ୍ମ ଜଗତରେ କାର୍ଯ୍ୟକରିବା କେତେ ବର୍ଷ ହେଲା ? ଏଥିରେ ରଣବୀର ଉତ୍ତର ଦେଇଥିଲେ ଯେ ୧୦ବର୍ଷ । ଏହା ଶୁଣି ଶାହରୁଖ କହିଥିଲେ ଯେ ତାଙ୍କର ଏହି ଫିଲ୍ମ ଦୁନିଆରେ ୨୬ବର୍ଷ ହୋଇଗଲାଣି , ମାତ୍ର ତାଙ୍କୁ ପୁଲିସ ଭୂମିକା ତୁଲାଇବାକୁ ସୁଯୋଗ ମିଳିନାହିଁ ,ତେଣୁ ମୁଁ ପ୍ରଥମେ କରିବି ଏହାପରେ ତମେ । ଏହା ଶୁଣି ରଣବୀର କପୂର କହିଥିଲେ ଯେ ଶାହରୁଖ ପୁଲିସ ହେଲେ ସେ ସେହି ଫିଲ୍ମର କନଷ୍ଟେବଲ ଭୂମିକାରେ ନଜର ଆସିବେ ।


ଏଠାରେ ଆମେ କହି ରଖୁଛୁ ଯେ ଏହି ଇଭେଂଟରେ ରଣବୀର କପୂର ଏବଂ ଆଲିୟା ଖୁବ ଷ୍ଟାଇଲିସ ଅନ୍ଦାଜରେ ନଜର ଆସିବେ । ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ରଣବୀର ଏବଂ ଆଲିୟା ଖୁବ ଶୀଘ୍ର ବ୍ରହ୍ମାସ୍ତ୍ର ଫିଲ୍ମରେ ନଜର ଆସିବେ, ଏହାସହ ଦୁହିଁଙ୍କ ଅଫେୟାର ବିଷୟରେ ଚର୍ଚ୍ଚା ଖୁବ ଜୋର ଧରିଛି । ସେହିଭଳି ଶାହରୁଖଙ୍କ ଆଗାମୀ ଫିଲ୍ମ ‘ଡନ୩’କୁ ନେଇ ଚର୍ଚ୍ଚା ଜୋର ଧରିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More