Only for Entertainment

ଜାଣନ୍ତୁ ପୁରୀ ଜଗନ୍ନାଥ ମନ୍ଦିରର ଅବିଶ୍ୱସନୀୟ ରହସ୍ୟ ବିଷୟରେ ।

indiatvnews.com
0 188

ଜଗନ୍ନାଥ ମନ୍ଦିର ଦେଖିବା ପାଇଁ କାହାର ବା ଇଛା ନଥାଏ । ଦୂର ଦୂରନ୍ତରୁ ଭକ୍ତମାନେ ଦୌଡ଼ି ଯାଆନ୍ତି ସେହି ଭଗବାନଙ୍କୁ ଦେଖିବା ପାଇଁ । ସମସ୍ତଙ୍କ ବିଶ୍ୱାସରେ ବାସ କରନ୍ତି ପ୍ରଭୁ ଜଗନ୍ନାଥ । ମନ୍ଦିରର ମନଲୋଭା କାରୁକାର୍ଯ୍ୟ ଦେଖିଲେ ହୃଦୟରେ ଏକ ଅପୂର୍ବ ଖୁସି ଖେଳିଯାଏ । ଜଗନ୍ନାଥଙ୍କ ମହିମା ବିଷୟରେ ତ ସମସ୍ତେ ଜାଣନ୍ତି,କିନ୍ତୁ ତାଙ୍କ ସମ୍ପର୍କୀତ ଏଭଳି କିଛି କଥା ରହିଛି ଯାହାକୁ ହୁଏତ ଆପଣ ଜାଣିନଥିବେ । ତେବେ ଆସନ୍ତୁ ଜାଣିବା କିଛି ରହସ୍ୟମୟ ଏବଂ ଅବିଶ୍ୱସନୀୟ କଥା ବିଷୟରେ ।

ମନ୍ଦିରରେ ଉଡ଼ୁଥିବା ପତିତପବନ ବାନା ପବନର ବିପରୀତ ଦିଗରେ ଉଡ଼ିଥାଏ । ବୈଜ୍ଞାନିକମାନେ ବହୁ ପରୀକ୍ଷା ପରେ ମଧ୍ୟ ଏହାର କାରଣ ଖୋଜି ପାଇପାରି ନାହାଁନ୍ତି ।

ଦ୍ୱିତୀୟ ରହସ୍ୟମୟ କଥା ହେଉଛି ଏହି ମନ୍ଦିର ଉପରେ ପକ୍ଷୀ ଉଡ଼ୁଥିବାର କେହି ମଧ୍ୟ ଦେଖି ନାହାଁନ୍ତି ।

ମନ୍ଦିର ଉପରେ ଥିବା ନୀଳଚକ୍ର ଅଷ୍ଟଧାତୁରେ ନିର୍ମିତ । ଯାହାକୁ ଭଗବାନ ବିଷ୍ଣୁଙ୍କ ସୁଦର୍ଶନ ଚକ୍ର ବୋଲି କୁହାଯାଏ । ରହସ୍ୟମୟ କଥା ହେଉଛି ଏହାକୁ ଯେଉଁ ଦିଗରୁ ଦେଖିଲେ ମଧ୍ୟ ଏହା ଆପଣଙ୍କ ପାଶ୍ୱର୍କୁ ମୁହଁ କରିବା ଭଳି ଦେଖାଯାଏ ।

ଚତୁର୍ଥ ରହସ୍ୟ ହେଉଛି ପୁରୀର ସମୂଦ୍ର ତଟ । ପତ୍ୟେକ ସମୂଦରେ ଦିନ ସମୟରେ ସମୂଦ୍ରରୁ ଭୂମି ପାଶ୍ୱର୍କୁ ଏବଂ ରାତିରେ ଭୂମିରୁ ସମୂଦ୍ର ପାଶ୍ୱର୍କୁ ପବନ ବହିଥାଏ । କିନ୍ତୁ ପୁରୀରେ ଏହାର ବିପରୀତ ଘଟଣାଟି ଘଟିଥାଏ । ଅର୍ଥାତ ବିପରୀତ ଦିଗରେ ପବନ ବହିଥାଏ । ଏହା ସହିତ ଏହାର ଶବ୍ଦ ଚାରିଆଡ଼େ ଶୁଣାଯାଇଥାଏ,କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ସିଂହଦ୍ୱାରକୁ ପ୍ରବେଶ କରିବା ମାତ୍ରେ କୌଣସି ଶବ୍ଦ ଶୁଣା ଯାଏନାହିଁ ।

ଅନ୍ୟ ଏକ କାରଣ ହେଉଛି ସବୁବେଳେ ଗୋଟିଏ ପରିମାଣର ଅବଢା ରୋଷେଇ ହୋଇଥାଏ । କିନ୍ତୁ ଯେତେ ଲୋକ ଖାଇଲେ ମଧ୍ୟ ଏହା ସରେ ନାହିଁ କିମ୍ବା ବଳେ ନାହିଁ ମଧ୍ୟ ।

ରୋଷେଇ ପାଇଁ ୫୦୦ ରନ୍ଧାଳି ଏବଂ ୩୦୦ ଶହଯୋଗୀ କାମ କରନ୍ତି । ଗୋଟିଏ ଉପରେ ଗୋଟିଏ ହୋଇ ୭ଟି କୁଡ଼ୁଆରେ ରୋଷେଇ କରାଯାଏ । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଉପର କୁଡ଼ୁଆର ଖାଦ୍ୟ ସର୍ବ ପ୍ରଥମେ ହୋଇଯାଏ,ଏବଂ ଅନ୍ୟ ସବୁ ଗୋଟିଏ ପରେ ଗୋଟିଏ ହୋଇଥାଏ ।

ମନ୍ଦିର ସାମ୍ନାରେ ଥିବା ଅରୁଣ ସ୍ତମ୍ଭର ଛାଇ ଦିନ ସମୟରେ କେବେ ମଧ୍ୟ ପଡ଼ିନଥାଏ ।

କିଛି ବର୍ଷ ପୂର୍ବରୁ ୧୦ ଟନର ଏକ ପଥର ମନ୍ଦିରରୁ ପଡ଼ିଥିଲାଚିନ୍ତୁ ଏହା କେଉଁ ସ୍ଥାନରୁ ପଡ଼ିଥିଲା,ତାହା ଆଜି ପର୍ଯ୍ୟନ୍ତ ମଧ୍ୟ ଜଣା ପଡ଼େ ନାହିଁ । ଲୋକଙ୍କ କହିବା ଅନୁସାରେ ଏହା ଏକ ଅଦୃଶ୍ୟ ସ୍ଥାନରୁ ପଡ଼ିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More