Only for Entertainment

ଦିଆସିଲି ନ ଫେରାଇଲେ କରାଯିବ ବିଭାଗୀୟ ଯାଂଚ, ଚିଠିରେ ମିଳିଲା ଚେତାବନୀ

punjab kesari
0 25

ଉତ୍ତର ପ୍ରଦେଶର ମୁରାଦାବାଦ ଜିଲ୍ଲାରେ ବିଦ୍ୟୁତ ନଗରୀୟ ବିତରଣ ମଣ୍ଡଳରେ କାର୍ଯ୍ୟରତ ଆସିଷ୍ଟାଂଟ ଇଂଜିନିୟରଙ୍କୁ ତାଙ୍କ କାର୍ଯ୍ୟାଳୟରେ ଏକ ଚେତାବନୀ ଚିଠି ମିଳିଛି । ଚିଠିରେ ଲେଖାଯାଇଛିଯେ ଜେ.ଇ ମୋହିତ ପଂତ ଯିଏ ଦିଆସିଲି ନେଇ ଯାଇଥିଲେ ଏ ପର୍ଯ୍ୟନ୍ତ ଫେରାଇଲେ ନାହିଁ । ଯାହାଦ୍ୱାରା କାର୍ଯ୍ୟାଳୟର କାମରେ ବାଧା ଉତ୍ପନ୍ନ ହେଉଛି । ସେ ଚେତାବନୀ ଦେଇ ଲେଖିଛନ୍ତିଯେ ଯଦି ୩ ଦିନରେ ଦିଆସିଲି ଫେରା ନ ଯାଏ ତେବେ ବିଭାଗୀୟ ଯାଂଚ କରାଯିବ । କିନ୍ତୁ ଚିଠିର ସତ୍ୟତା କିଛି ଭିନ୍ନ ।

ବାସ୍ତବରେ ମୁରାଦାବାଦର ବିଦ୍ୟୁତ ବିଭାଗର ଆସିଷ୍ଟାଂଟ ଇଂଜିନିୟର ସୁଶିଲ କୁମାର ତାଙ୍କ ସହକର୍ମୀଙ୍କୁ ଏକ ଚିଠି ଲେଖିଥିଲେ । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସୁଶିଲ କୁମାର ତାଙ୍କ ସହକର୍ମୀଙ୍କୁ ମୋହିତ ପଂତଙ୍କୁ ଏକ ଚିଠି ଲେଖିଛନ୍ତି । ଯେଉଁଥିରେ ଲେଖାଯାଇଛିଯେ ୨୩ ଫେବୃୟାରୀ ୨୦୧୮କୁ କାର୍ଯ୍ୟାଳୟରେ ମଶା ଧୂପକାଠି ଲଗାଇବା ପାଇଁ ଆପଣ ଏକ ଦିଆସିଲି ନେଇଥିଲେ । ଏଥିରେ ପ୍ରାୟ ୧୯ଟି କାଠି ଥିଲା । କିନ୍ତୁ ଦୁଃଖର ସହିତ କହିବାକୁ ପଡ଼ୁଛିଯେ ଏକ ସପ୍ତାହ ବିତି ଯାଇଥିଲେ ମଧ୍ୟ ତାହା ଫେରାଇଲେ ନାହିଁ ।

ପରେ ଏହା ମଧ୍ୟ ଲେଖାଯାଇଛିଯେ ଏଥିପାଇଁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ସେ ଲେଖିଛନ୍ତିଯେ ମୋହିତ ପଂତ ଚିଠି ପାଇବା ମାତ୍ରେ ୩ ଦିନରେ ଦିଆସିଲି ଫେରାଇ ଦିଅନ୍ତୁ,ନଚେତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହା ସହିତ ଅଧିକାରୀଙ୍କର ମୋହର ମଧ୍ୟ ଲାଗିଛି ।

ୟୁପି ପୋଲିସ ଏଏସପି ରାହୁଲ ଶ୍ରୀବାସ୍ତବ ଏହାକୁ ଟ୍ୱିଟରରେ ସେୟାର କରିଛନ୍ତି । ସେ ଲେଖିଛନ୍ତି ଦିଆସିଳଇ ମିଳିବା ପରେ ମଧ୍ୟ ପୋଲିସ ଯାଂଚ କରିବ । ତେବେ ଏହା ଖୁବ ମାତ୍ରାରେ ଭାଇରାଲ ହେଉଛି ।

ଶେଷରେ ସୁଶିଲ ଲେଖିଛନ୍ତିଯେ ମୋହିତ ପଂତ ହେଉଛନ୍ତି ତାଙ୍କ ଜୁନିଅର । ତାଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଏହା ଲେଖାଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More