Only for Entertainment

କେବୁଲ ତାର ଠିକ୍‌ କରିବାକୁ ଗଲାରୁ ଘର ତଳେ ଥିଲା ୪୫ଟି ସାପ, ମିଳିଲା ସନ୍ଧାନ: ଭିଡିଓ ଭାଇରାଲ

79

ଘରେ କିମ୍ବା ଆଖପାଖରେ ଗୋଟିଏ ବି ସାପ ଦେଖିଲେ ଭୟ ଲାଗିଥାଏ। ତେବେ ଟିକେ ଭାବି ଦେଖନ୍ତୁ ତ ସେହି ବ୍ୟକ୍ତିଙ୍କ କଥା ଯାହାଙ୍କ ଘରେ ଗୋଟିଏ କି ଦୁଇଟି ନୁହେଁ ଏକାସଙ୍ଗେ ୪୫ଟି ସାପ ମହଜୁଦ ଥିବା ସେ ଯେତେବେଳେ ଜାଣିବାକୁ ପାଇଥିଲେ ତାଙ୍କ ଅବସ୍ଥା କିପରି ଥିବ। ଏହି ସମସ୍ତ ସାପ ବର୍ଷବର୍ଷ ହେବ ତାଙ୍କ ଘରେ ରହି ଆସୁଥିବା ଜଣାପଡ଼ିଛି। ଘରେ ଥିବା ଏହି ସାପଗୁଡ଼ିକର ଏକ ଭିଡିଓ ପ୍ରସ୍ତୁତ ହୋଇଛି। ଯାହାକୁ ଏଯାବତ୍‌ ୧୯ଲକ୍ଷ ଥର ଦେଖାଯାଇ ସାରିଲାଣି।

ଏମିତି ଏକ ଘଟଣା ଟେକ୍‌ସାସ୍‌ରେ ରହୁଥିବା ଜଣେ ବ୍ୟକ୍ତିଙ୍କ ସହ ଘଟିଛି। ଏକଦା ତାଙ୍କ କେବୁଲ ତାର ଖରାପ ହୋଇଯାଇଥିଲା। କେବୁଲ ଠିକ୍‌ କରିବା ପାଇଁ ସେ ଘର ତଳକୁ ଯାଇଥିଲେ। ସେଠାରେ ପହଞ୍ଚି ତଳକୁ ଦେଖିଲା ବେଳକୁ ତାଙ୍କ ହୋସ ଉଡି ଯାଇଥିଲା। ସେହି ମୁହୂର୍ତ୍ତରେ ସେ ସ୍ଥାନରୁ କେମିତି ଆସିବେ ସେନେଇ ତାଙ୍କୁ କିଛି ବୁଦ୍ଧିବାଟ ଦେଖା ଯାଇ ନଥିଲା। ସେ ତୁରନ୍ତ Big Country Snake Removalଙ୍କୁ ଡକାଇଥିଲେ।

ଏହି ଗ୍ରୁପ୍‌ ନିଜ ଫେସ୍‌ବୁକ୍‌ ଆକାଉଣ୍ଟରେ ପୋଷ୍ଟ କରି ଲେଖିଛନ୍ତି, ଏହି ଘରର ମାଲିକଙ୍କୁ ଘର ତଳେ କିଛି ସାପ ଥିବା ଦେଖିବାକୁ ମିଳିଥିଲା। ଏହାପରେ ସେ ଆମକୁ ଖବର ଦେଇଥିଲେ, ଯେମିତି ହିଁ ଆମେ ସେଠାରୁ ଗୋଟିଏ ସାପକୁ ବାହାର କରିବାକୁ ଚେଷ୍ଟା କଲୁ ସେଠାରେ ଆଉ ବଡ଼ ୪୫ଟି ସାପ ଥିବା ଦେଖିବାକୁ ମିଳିିଥିଲା। ଆମ ଟିମ୍‌ ସମସ୍ତ ସାପକୁ ସେଠାରୁ ସୁରକ୍ଷିତ ଭାବେ ଉଦ୍ଧାର କରି ଜଙ୍ଗଲରେ ଛାଡି ଦେଇଥିଲେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More