Only for Entertainment

WWE ରିଙ୍ଗକୁ ଫେରିଲେ ବାଦଶାହ ଅଣ୍ଡରଟେକର । ଜନ ସେନାଙ୍କୁ ହରାଇ ପିନ୍ଧିଲେ ବିଜୟର ଟୀକା ।

nerdist
0 61

ରେସ୍କଲିଙ୍ଗର ଲିଡିଙ୍ଗ ଅଣ୍ଡରଟେକର ୧ ବର୍ଷ ପରେ WWE ରିଙ୍ଗକୁ ଫେରିଛନ୍ତି । WWEର ସବୁଠାରୁ ବଡ଼ ଇଭେଂଟ ରେଷ୍ଟଲମାନିଆ ୩୪ ଏବେ ଆମେରୀକାର ସୁପରଡୋମରେ ଚାଲୁଅଛି । ଲମ୍ବା ସମୟ ଧରି ଅଣ୍ଡରଟେକରଙ୍କୁ ଚ୍ୟାଲେଂଜ ଦେଉଥିବା ଜନ ସିନାଙ୍କୁ ଏକ ଧମାକାଦାର ବାଜିରେ ସେ ହରାଇଛନ୍ତି ।

ବହୁ ଦିନ ଧରି ଜନଙ୍କ ତରଫରୁ ମିଳିଥିବା ଚ୍ୟାଲେଂଜକୁ ସେ ନିଜ ଅନ୍ଦାଜରେ ପୁରଣ କରିଛନ୍ତି ଏବଂ ବିଜୟ ହାସଲ କରିଛନ୍ତି । ଏଭଳି ବିଜୟ କରି ସେ ଦେଖାଇ ଦେଇଛନ୍ତିଯେ ସେଲିଙ୍ଗର ସେ ହେଉଛନ୍ତି ବାଦଶାହ ।

ଅଣ୍ଡରଟେକରଙ୍କ ଭିଡିଓକୁ WWEର ନିଜ ଟ୍ୱିଟର ଆକାଉଂଟରେ ସେୟାର କରିଛନ୍ତି । ରିଙ୍ଗରେ ତାଙ୍କର ପ୍ରବେଶ ମଧ୍ୟ ଖୁବ ଜବରଦସ୍ତ ଥିଲା । ଅବଶ୍ୟ ତାଙ୍କ ପୂର୍ବରୁ ରେସଲର ଇଲିୟାସ ରିଙ୍ଗ ମଧ୍ୟକୁ ପ୍ରବେଶ କରିଥିଲେ ଏବଂ ଜନଙ୍କ ସହିତ ଫାଇଟ କରିଥିଲେ । ଏଥିରେ ଜନ ଜିତିଥିଲେ । ଏହାପରେ ଅଣ୍ଡରଟେକରଙ୍କର ପ୍ରବେଶ ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More