Only for Entertainment

ପ୍ରିୟଙ୍କାଙ୍କୁ ସମ୍ମାନିତ କଲା ୟୁନିସେଫ ।

37

ନିକଟରେ ପ୍ରିୟଙ୍କାଙ୍କ ପ୍ରଥମ ବିବାହ ବାର୍ଷିକୀରେ ଆମେ ଆପଣଙ୍କ ସହିତ ସେମାନଙ୍କର ଏକ ଖୁସି ଖବର ଶେୟାର କରିଥିଲୁ । ଯେଉଁଥିରେ ୟୁନିସେଫ ତରଫରୁ ପ୍ରିୟଙ୍କାଙ୍କୁ ଏକ ପୁରସ୍କାର ମିଳିବା କଥା ଅନ୍ତର୍ଭୁକ୍ତ ଥିଲା । ତେବେ ବର୍ତ୍ତମାନ ଏହି କାର୍ଯ୍ୟକ୍ରମ ଶେଷ ହୋଇଛି । ପ୍ରିୟଙ୍କା ଅଭିନୟ ବ୍ୟତୀତ ୟୁନିସେଫ୍‌ ଜରିଆରେ ସମାଜ ସେବା ପାଇଁ ମଧ୍ୟ ସେ ଜଣାଶୁଣା। ଦୀର୍ଘ ସମୟରୁ ସେ ୟୁନିସେଫ୍‌ର ଗୁଡ୍‌ୱିଲ୍‌ ଆମ୍ବାସଡର ଅଛନ୍ତି। ତେବେ ନିକଟରେ ତାଙ୍କୁ ୟୁନିସେଫ୍‌ ତରଫରୁ ଏକ ବଡ଼ ସମ୍ମାନ ମିଳିଛି।

ଗ୍ଲୋବାଲ୍‌ ଆଇକନ୍‌ ପ୍ରିୟଙ୍କାଙ୍କୁ ତାଙ୍କ ସମାଜ ସେବା ପାଇଁ ୟୁନିସେଫ୍ ତରଫରୁ ‘Danny Kaye Humanitarian Award’ରେ ସମ୍ମାନିତ କରାଯାଇଛି। ଏହି ଆୱାର୍ଡ ତାଙ୍କୁ ନ୍ୟୁୟର୍କରେ ଆୟୋଜିତ ୧୫ଶ ବାର୍ଷିକ ‘UNICEF Snowflake Ball’ ସମାରୋହରେ ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ ଏହି ପୁରସ୍କାରର ଘୋଷଣା ଗତ ଜୁନ୍‌ରେ ହୋଇଥିଲା। ଯେଉଁଥିରେ ପ୍ରିୟଙ୍କାଙ୍କୁ ନୋମିନେଟ୍‌ କରାଯାଇଥିଲା। ଏହି ଆୱାର୍ଡ଼ ସେରିମନିରେ ପ୍ରିୟଙ୍କା ଏକ ରେଡ୍‌ କଲର୍‌ର ୱାନ୍‌-ସୋଲ୍ଡର୍ ଗାଉନ୍‌ ପିନ୍ଧିଥଲେ। ଏହି ଡ୍ରେସ୍‌ରେ ସେ ବହୁତ ସୁନ୍ଦର ଦେଖାଯାଉଥିଲେ।

ପ୍ରିୟଙ୍କା ପାଖାପାଖି ୧୦ ବର୍ଷ ହେଲାଣି United Nations Children’s Fund’s (UNICEF) ସହ ଜଡ଼ିତ। ଏହି ସମାରେହରେ ପ୍ରିୟଙ୍କାଙ୍କୁ ପରିବେଶ, ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ କାମ କରିଥିବାରୁ ମିଳିଛି। ଜଣାଇ ଦେବାକୁ ଚାହୁଁ ଯେ ଏହି ସମ୍ମାନ (Danny Kaye Humanitarian Award) ଆମେରିକୀୟ ଅଭିନେତା ତଥା ସମାଜସେବକ ଡ୍ୟାନି କାୟେଙ୍କ ନାଁରେ ରଖାଯାଇଛି, ଯିଏକି ୟୁନିସେଫ୍‌ର ପ୍ରଥମ ଗୁଡ୍‌ୱିଲ୍‌ ଆମ୍ବାସଡର୍‌ ଥିଲେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More