Only for Entertainment

ୟୁନିସେଫ ପକ୍ଷରୁ ଏହି ସମ୍ମାନରେ ସମ୍ମାନିତ ହେବେ ଦେଶୀ ଗର୍ଲ ।

23

ଦେଶୀ ଗଲା ଅର୍ଥାତ ପ୍ରିୟଙ୍କା ଚୋପ୍ରା ସୁନ୍ଦର ଅଭିନୟ କରି ବଲିଉଡରେ ଖୁବ ନାମ କମାଇବା ପରେ ପାଦ ଦେଲେ ହଲିଉଡ ଇଣ୍ଡଷ୍ଟ୍ରିରେ । ସେଠାରେ ମଧ୍ୟ ସେ ଖୁବ କମ ଦିନରେ ବେଶ ଲୋକପ୍ରିୟତା ଆଦୃତ କଲେ ଏବଂ ବିଦେଶୀ ବାବୁ ନିକ ଜୋନସଙ୍କୁ ମଧ୍ୟ ବିବାହ କଲେ । ତେବେ ସେ ଯାହା ହେଉ, ଏବେ କିନ୍ତୁ ପ୍ରିୟଙ୍କାଙ୍କୁ ନେଇ ଆସିଛି ଏକ ଖାସ ଖବର ।

 

ଖବର ଅନୁସାରେ ୟୁନିସେଫ୍‌ର ଗୁଡ୍‌ଓ୍ଵିଲ ଆମ୍ବାସାଡାର ତଥା ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ଏବେ ଏକ ବଡ଼ ସମ୍ମାନରେ ସମ୍ମାନିତ କରିବାକୁ ଯାଉଛି ୟୁନିସେଫ୍‌ । ୟୁନିସେଫ୍‌ର ସ୍ନୋ ଫ୍ଲେକ୍‌ ବଲ ଭଳି ଇଭେଣ୍ଟରେ ପ୍ରିୟଙ୍କାଙ୍କୁ କାୟେ ହ୍ୟୁମାନିଟାରିଆନ୍‌ ଆଓ୍ଵାର୍ଡରେ ସମ୍ମାନିତ କରାଯିବ ବୋଲି ଜଣା ପଡ଼ିଛି । ସ୍ନୋ ଫ୍ଲେକ୍‌ ବଲ ୟୁନିସେଫ୍‌ର ପ୍ରତିଷ୍ଠିତ ଆଓ୍ଵାର୍ଡ ସମାରୋହ ହୋଇଥିବା ବେଳେ ଲୋକମାନଙ୍କ ଭଲ ପାଇଁ କାମ କରୁଥିବା ବ୍ୟକ୍ତିବିଶେଷଙ୍କୁ ଏହି ସମାରୋହରେ ସମ୍ମାନିତ କରାଯାଇଥାଏ ।

ଏହି ସମାରୋହ ଡିସେମ୍ବରରେ ହେବାକୁ ଥିବା ବେଳେ ପ୍ରିୟଙ୍କା ଏବେ ଏ ନେଇ ନିଜ ପ୍ରଶଂସକମାନଙ୍କୁ ସୂଚନା ଦେଇଛନ୍ତି । ଟୁଇଟ୍‌ କରି, ଡିସେମ୍ବରରେ ମୋତେ ସ୍ନୋ ଫ୍ଲେକ୍‌ ବଲ ଇଭେଣ୍ଟରେ ୟୁନିସେଫ୍‌ ୟୁଏସ୍‌ଏ ଡାନେ କାୟେ ହ୍ୟୁମାନିଟାରିଆନ୍‌ ଆଓ୍ଵାର୍ଡରେ ସମ୍ମାନିତ କରିବାକୁ ଯାଉଥିବାରୁ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି । ଦୁନିଆର ସବୁ ପିଲାମାନଙ୍କ ଶାନ୍ତି, ସ୍ୱତନ୍ତ୍ରତା ଏବଂ ଶିକ୍ଷାର ଅଧିକାର ପାଇଁ ୟୁନିସେଫ୍‌ ସହ କାମ କରିବା ହିଁ ମୋ ପାଇଁ ସବୁ କିଛି ବୋଲି ଲେଖିଛନ୍ତି ପ୍ରିୟଙ୍କା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More