Only for Entertainment

୨୦୧୯ରେ ଭାରତରେ ଜନ୍ମ ନେବେ ସବୁଠାରୁ ଅଧିକ ଛୁଆ, ପ୍ରଥମ ଦିନରେ ୭୦ ହଜାର ଛୁଆ ନେଲେ ଜନ୍ମ ।

Tricity
18

ୟୁନିସେଫ ଏପରି ଏକ ସୂଚନା ଦେଇଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । କୁହାଯାଉଛି ଯେ, ନୂଆ ବର୍ଷର ପ୍ରଥମ ଦିନରେ ପୂରା ଦୁନିଆରେ ୩୯୫,୦୦୦ ଛୁଆ ଜନ୍ମ ନେଇଛନ୍ତି । କହିରଖୁଛୁ ଯେ, ଭାରତର ପ୍ରଥମ ଦିନରେ ୭୦,୦୦୦ ଛୁଆ ଜନ୍ମ ନେଇଛନ୍ତି ଯାହା ଦୁନିଆର ସବୁ ଦେଶ ତୁଳନାରେ ଅଧିକ ।

ଅନୁମାନ କରାଯାଉଛି ଯେ, ଚଳିତ ବର୍ଷର ପ୍ରଥମ ଦିନରେ ଜନ୍ମ ନେଇଥିବା ଛୁଆଙ୍କ ମଧ୍ୟରୁ ଅଧା ଛୁଆ ଭାରତ. ଚୀନ, ପାକିସ୍ତାନ, ଆମେରିକା ଏବଂ ବାଙ୍ଗଳଦେଶ ସମେତ ଆଠଟି ଦେଶରେ ଜନ୍ମ ନେଇଛନ୍ତି । ଭାରତରେ ଆନୁମାନିକ ୬୪.୯୯୪ ଛୁଆ ଜନ୍ମ ନେଇଛନ୍ତି । ସେହିପରି ଚୀନରେ ୪୪,୯୪୦, ନାଇଜେରିଆରେ ୨୫,୬୮୫, ପାକିସ୍ତାନରେ ୧୫,୧୧୨, ଇଣ୍ଡୋନେସିଆରେ ୧୩,୨୫୬ ଏବଂ ଆମେରିକାରେ ୧୧,୦୮୬ ଛୁଆ ଜନ୍ମ ହୋଇଛନ୍ତି ।

ନୂଆ ବର୍ଷରେ ପ୍ରଥମ ଛୁଆ ଫିଜିରେ ଜନ୍ମ ହୋଇଥିଲା ସେହିପରି ଶେଷରେ ଆମେରିକାରେ । ୟୁନିସେଫ ସମସ୍ତ ରାଷ୍ଟ୍ରକୁ ପ୍ରତ୍ୟେକ ନବଜାତ ଶିଶୁ ଏବଂ ତାଙ୍କ ସ୍ୱାସ୍ଥ୍ୟ ଏବଂ ଜୀବିତ ରହିବାର ଅଧିକାରକୁ ସୁନିଶ୍ଚିତ କରିବା ପାଇଁ କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More