Only for Entertainment

ଭାରତରେ ରହିଛି ଏପରି ଏକ ମନ୍ଦିର ଯେଉଁଠି ଚୋରି କଲେ ହୁଏ ମନୋକାମନା ପୂରଣ ।

jagaran
0 45

ଛୋଟ ବେଳୁ ଆମକୁ ଶିକ୍ଷା ଦିଆଯାଇଥାଏ ଯେ ଚୋରି କରିବା ପାପ । ଚୋରି କରି ଧରାପଡିଲେ ଜେଲ ଦଣ୍ଡ ମଧ୍ୟ ମିଳିଥାଏ । ହେଲେ ଆମେ ଯଦି କହୁ ଭଗବାନଙ୍କ ମନ୍ଦିରରୁ ଚୋରି କଲେ ନିଜର ମନୋକାମନା ପୂରଣ ହୁଏ ତେବେ ଏହାକୁ କେହି ବିଶ୍ୱାସ କରିବେ ନାହିଁ । ମାତ୍ର ଘଟଣାଟି ସତ ।

ଦେବଭୂମୀ ଉତ୍ତରାଖଣ୍ଡର ଚୂଡିୟାଲା ଗ୍ରାମରେ ଏକ ନିଆରା ମନ୍ଦିର ରହିଛି । ସିଦ୍ଧପୀଠ ଚୂଡାମଣି ଦେବୀଙ୍କ ମହିମା ଅପାର । ଏହି ମନ୍ଦିର ସହ ଏପରି ଏକ ପରମ୍ପରା ଦୀର୍ଘବର୍ଷ ଧରି ରହିଆସିଛି ଯେ, ମନ୍ଦିରରୁ ଚୋରି କଲେ ଭକ୍ତଙ୍କ ମନୋକାମନା ପୂରଣ ହେବ । ତେବେ ଏହା ପଛରେ ଏକ ରହସ୍ୟ ରହିଛି । କୁହାଯାଏ ଯେ, ଅନେକ ଶହ ବର୍ଷ ତଳେ ଜଣେ ରାଜା ଶିକାର କରିବାକୁ ଜଙ୍ଗଲ ଆସିଥିଲେ । ତାଙ୍କର କୌଣସି ସନ୍ତାନ ସନ୍ତତି ନଥିଲେ । ସେ ମା’ଙ୍କ ପିଣ୍ଡିକୁ ଦର୍ଶନ କରି ମୁଣ୍ଡିଆ ମାରି ପୁତ୍ର ସନ୍ତାନର ଅନୁରୋଧ କରିଥିଲେ । ଏହାପରେ ରାଜାଙ୍କର ସନ୍ତାନ ପ୍ରାପ୍ତି ହୋଇଥିଲା ଏବଂ ସେ ଏଠାରେ ଏକ ମନ୍ଦିର ନିର୍ମାଣ କରିଥିଲେ ।

କୁହାଯାଏ ଯେ, ମା’ଙ୍କ ନିକଟରେ ସନ୍ତାନ ପ୍ରାପ୍ତି ଆଶା ନେଇ ଆସୁଥିବା ଦମ୍ପତ୍ତିମାନେ ମା’ଙ୍କ ଚରଣ ଥିବା କିଛି କାଠ ବିଡାକୁ ଚୋରାଇ ଆଣିଲେ ଆଶା ପୂରଣ ହୋଇଥାଏ । ତେଣୁ ପ୍ରତ୍ୟେହ ଏଠାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More