Only for Entertainment

ଏକ ନିଆରା ପରମ୍ପରା: ବିବାହ ପୂର୍ବରୁ ମହିଳା ମାନଙ୍କୁ ଲଣ୍ଡା ହେବାକୁ ପଡିଥାଏ !

pinimg
0 40

ସାରାଦୁନିଆରେ ବିବାହକୁ ନେଇ ଆଜି ମଧ୍ୟ ଅନେକ ପରମ୍ପରା ଚାଲିଆସିଛି । ସମସ୍ତ ସମାଜର ପ୍ରଥା ଏବଂ ପରମ୍ପରା ଭିନ୍ନ ଅଟେ । ପୁରାତନ ଯୁଗରୁ କିଛି ଏଭଳି ପରମ୍ପରାକୁ ଲୋକମାନେ ନିଜର କରିଆସିଛନ୍ତି, ଯାହାକୁ ବିଶ୍ୱାସ କରିବା ଆମ ପକ୍ଷେ କଷ୍ଟସାଧ୍ୟ ଅଟେ । ଆଜି ଆମେ ଆପଣଙ୍କୁ ଏଭଳି ଏକ ଗାଁ ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ପ୍ରଥା ନାଁ ରେ ମହିଳାମାନଙ୍କୁ ବିବାହ ପୂର୍ବରୁ ଲଣ୍ଡା ହେବା ଲାଗି କୁହାଯାଇଥାଏ । ଆସନ୍ତୁ ଜାଣିବା ଆଫ୍ରିକାର ଏକ ସହରରେ ଏହି ପ୍ରଥାକୁ ନେଇ ଚାଲିଥିବା କିଛି ରୋମାଂଚକର ତଥ୍ୟ ।

ଆଫ୍ରିକା ମହାଦ୍ୱୀପରେ ଇଥିଓପିୟା ଏବଂ ସୋମାଲିୟା ମଧ୍ୟରେ ବାସ କରୁଥବା ବୋରାନା ଜନଜାତିର ମହିଳାମାନଙ୍କୁ ବିବାହ ପାଇଁ ଲଣ୍ଡା ହେବା ଲାଗି ନିର୍ଦ୍ଧେଶ ଦିଆଯାଇଥାଏ । ଉତ୍ତମ ବର ପ୍ରାପ୍ତି ପାଇଁ ମହିଳାମାନଙ୍କୁ ବିବାହ କରିବା ପୂର୍ବରୁ ପ୍ରଥମେ ମୁଣ୍ଡର ଏକ ବଡ ଅଂଶ ପାଖରୁ ଲଣ୍ଡା ହେବାକୁ ପଡିଥାଏ । ବିବାହ ପୂର୍ବରୁ ଏଭଳି କରିବା ଦ୍ୱାରା ଭଲ ବର ପ୍ରାପ୍ତି ହେବ ବୋଲି ଏଠାକାର ଲୋକଙ୍କର ମାନ୍ୟତା ରହିଛି । ମାତ୍ର ବିବାହ ପରେ ଏମାନଙ୍କୁ ସଜେଇ ହେବା ଲାଗି ସମ୍ପୂର୍ଣ୍ଣ ସ୍ୱାଧୀନତା ମିଳିଥାଏ ।

ଏଭଳି ଜନଜାତିର ମହିଳାମାନଙ୍କୁ ଛେଳି ଲୋମ ନିର୍ମିତ ପୋଷାକ ପିନ୍ଧିବାକୁ ଅନୁମତି ଦିଆଯାଇଥାଏ । ଏହି ବୋରାନା ସମ୍ପ୍ରଦାୟର ବୟସ୍କ ମହିଳାଙ୍କୁ ଏଠାରେ ଅନେକ ସମ୍ମାନ ମିଳିଥାଏ । ଏହାଛଡା ଏଠାକାର ବ୍ୟକ୍ତିମାନେ ଫଟୋ ଉଠାଇବାକୁ ଉଚିତ ମାନନ୍ତି ନାହିଁ । କାରଣ ଫଟୋ ଉଠାଇବାଦ୍ୱାରା ଶରୀରରେ ରକ୍ତକଣିକାର ଅଭାବ ଦେଖାଯାଏ ବୋଲି ଏମାନେ ମାନିଥାଆନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More