Only for Entertainment

ବିବାହ କାର୍ଡରେ ମୋଦିଙ୍କ ଫଟୋ ଛାପି ଚର୍ଚ୍ଚାରେ ଯୁବକ ।

deccanherald
25

ମୋ ବାହାଘରରେ ଆପଣ ଉପହାର ଦିଅନ୍ତୁ ବା ନାହିଁ ମୋର କୌଣସି ଆପତ୍ତି ନାହିଁ । ମାତ୍ର ଉପହାର ସ୍ଥାନରେ ୨୦୧୯ ଲୋକସଭା ନିର୍ବାଚନରେ ଆପଣ ମୋଦୀଙ୍କୁ ନିଶ୍ଚିତ ଭୋଟ ଦିଅନ୍ତୁ । ଜଣେ ଯୁବକ ନିଜ ବିବାହ କାର୍ଡରେ ଏହି ବିଷୟ ଛାପି ଏବେ ଚର୍ଚ୍ଚାରେ । ବିବାହ କାର୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ସହ ସରକାରଙ୍କ ବିଭିନ୍ନ ଯୋଜନା ଛପାଇଥିବା ଏହି ଯୁବକଙ୍କ ନାମ ହେଉଛି ପ୍ରବୀଣ କୁମାର । ସେ କର୍ଣ୍ଣାଟକର ମଙ୍ଗଲୋର ନିକଟସ୍ଥ ଉଲ୍ଲାଲରେ ରହୁଛନ୍ତି ।

wedding2

ମୋଦୀଙ୍କ ବଡ଼ ପ୍ରଶଂସକ ହୋଇଥିବାରୁ ପ୍ରବୀଣ ନିଜ ବିବାହ କାର୍ଡକୁ ମୋଦୀମୟ କରିଦେଇଛନ୍ତି । ପେଶାରେ ଜଣେ ମେକାନିକ ହୋଇଥିବା ଏହି ବ୍ୟକ୍ତି ଜଣଙ୍କ କୁଏତରେ ରୁହନ୍ତି । ଡିସେମ୍ବର ମାସରେ ବିବାହ କରିବାକୁ ଯାଉଥିବା ପ୍ରବୀଣଙ୍କ ନିମନ୍ତ୍ରଣ ପତ୍ରରେ ବଡ଼ ଚର୍ଚ୍ଚାକୁ ଆସିଛି । ଏଥିରେ ମଧ୍ୟ ପ୍ରବୀଣ ଲେଖିଛନ୍ତି ନରେନ୍ଦ୍ର ମୋଦୀ ଦେଶବିଦେଶରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ସେ ଆମ ପାଇଁ ସ୍ୱାଭିମାନର ବିଷୟ । ମୁଁ କାର୍ଡରେ ଯାହା ଲେଖିଛି ତାହା ମୋ ହୃଦୟର ଭାଷା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More