Only for Entertainment

ମଧୁମେହ ରୋଗୀଙ୍କ ପାଇଁ ଉତ୍ତମ ଅଟେ ଆମ୍ବ ପତ୍ର, ଜାଣନ୍ତୁ ଏହାର ବ୍ୟବହାର !

The Guardian Nigeria
28

ଆମ୍ୱ ଖାଇବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି। ତେବେ ଆମ୍ୱପତ୍ର ଖାଇବାକୁ କହିଲେ ଆପଣ ଖାଇବେ କି? ନାକ ଟେକିଦେବେ ନିଶ୍ଚିତ! କିନ୍ତୁ ଜାଣନ୍ତି, ଆମ୍ୱପତ୍ରରେ ମଧ୍ୟ ଔଷଧୀୟ ଗୁଣ ଭରି ରହିଛି।  ଆମ୍ୱପତ୍ର ମଧୁମେହ ରୋଗୀଙ୍କ ଲାଗି ରାମବାଣ ସଦୃଶ୍ୟ।  ଏଥିରେ Anthocyandin ନାମକ ଏକ ପଦାର୍ଥ ରହିଛି, ଯାହା ପ୍ରାରମ୍ଭିକ ମଧୁମେହ ଉପଚାର ଲାଗି ସାହାଯ୍ୟ କରେ। ଏହାଛଡା ଏଥିରେ ପ୍ରଚୁର ମାତ୍ରାରେ ଭିଟାମିନ୍‌ ‘ସି’, ‘ବି’ ଓ ‘ଏ’ ଓ ଆଣ୍ଟିଅକ୍ସିଡେଣ୍ଟ ରହିଛି। ତା’ହେଲେ ଆସନ୍ତୁ ଜାଣିବା ଆମ୍ୱପତ୍ର ସ୍ୱାସ୍ଥ୍ୟ ପାଇଁ କିପରି ଲାଭଦାୟକ ହୋଇଥାଏ ଏବଂ ଏହାକୁ କିପରି ବ୍ୟବହାର କରିପାରିବେ।

ଉଚ୍ଚ ରକ୍ତଚାପ କମ୍‌ କରେ

ଆମ୍ୱପତ୍ରରେ ରକ୍ତଚାପକୁ କମ୍‌ କରିବାରେ ଗୁଣ ରହିଛି। ଏହା ରକ୍ତ କୋଷିକାକୁ ମଜଭୁତ ରଖିବା ସହ ଧମନୀ ସହ ଜଡ଼ିତ ସମସ୍ୟାକୁ ଦୂର କରେ।

ଚିନ୍ତା ଦୂର କରେ

ମାନସିକ ଚିନ୍ତା ଦୂର କରିବାରେ ଆମ୍ୱପତ୍ର ସାହାଯ୍ୟ କରେ। ଗାଧୋଇବା ପାଣିରେ ଆମ୍ୱପତ୍ର ପକାଇ ଗାଧାନ୍ତୁ। ଆପଣ ଫୂର୍ତ୍ତି ଅନୁଭବ କରିବେ।

 

ରକ୍ତ ଶର୍କରା ସ୍ତର ନିୟନ୍ତ୍ରଣ କରେ

ଆମ୍ୱପତ୍ରରେ  ପ୍ରସ୍ତୁତ ଚା ପିଇବା ଦ୍ୱାରା ଶରୀରରେ ସୁଗାରର ମାତ୍ରା  ନିୟନ୍ତ୍ରଣରେ ରହେ। ଆମ୍ୱପତ୍ରକୁ ପାଣିରେ ପକାଇ କିଛି ସମୟ ସିଝାଇ ଦିଅନ୍ତୁ। ପତ୍ରଟି ସିଝି ଆସିଲେ ଏହାକୁ ପାଣିରୁ ଅଲଗା କରିଦିଅନ୍ତୁ। ରାତି ସାରା ଏହି ପାଣିକୁ ରଖି ଦିଅନ୍ତୁ। ସକାଳୁ ଉଠି ଖାଲି ପେଟରେ ଏହି ପାଣିକୁ ପିଅନ୍ତୁ। ଏହାକୁ ନିୟମିତ ପିଇବା ଦ୍ୱାରା ମଧୁମେହ ଟାଇପ୍‌୨ ରୋଗରୁ ମୁକ୍ତି ପାଇହେବ।

କାନ ବିନ୍ଧା ଭଲ କରେ

କାନ ବିନ୍ଧା ହେଉଥିଲେ ଆମ୍ୱପତ୍ରର ରସକୁ ଅଳ୍ପ ଉଷୁମ କରି କାନରେ ପକାନ୍ତୁ

ଶ୍ୱାସ ସମ୍ୱନ୍ଧୀୟ ରୋଗ ଦୂର କରେ

ଆମ୍ୱପତ୍ର ଶ୍ୱାସ ସମ୍ୱନ୍ଧୀୟ ରୋଗ ଦୂର କରିବାରେ ମଧ୍ୟ ସାହାଯ୍ୟ କରେ। ଆମ୍ୱପତ୍ରକୁ ପାଣିରେ ସିଝାଇ ଅଳ୍ପ ମହୁ ମିଶାଇ କାଢା ପ୍ରସ୍ତୁତ କରନ୍ତୁ। ଥଣ୍ଡା, ଆଜ୍‌ମା, ବ୍ରୋଙ୍କାଡାଟିସ୍‌ ପୀଡିତ ରୋଗୀଙ୍କ ପାଇଁ ଏହି  କାଢା ଅତ୍ୟନ୍ତ ଲାଭଦାୟକ। କାଶ ହେଉଥିଲେ କାଶ ଭଲ ହେବା ସହ ଗଳା ବସିବା ସମସ୍ୟା ମଧ୍ୟ ଦୂର ହୋଇଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More