Only for Entertainment

ମହାନାୟକ ଅମିତାଭଙ୍କ ସହ ଏହି ସଂସ୍କାରୀ ଅଭିନେତ୍ରୀ ଦେଇଥିଲେ ବୋଲ୍ଡ ସିନ, ସୁଟିଂ ପରେ ରାତି ସାରା ଖୁବ କାନ୍ଦିଥିଲେ !

68

ବଲିଉଡର ମହାନାୟକ ଅମିତାଭ ବଚ୍ଚନ ଆଜି ନିଜର ୭୭ତମ ଜନ୍ମଦିନ ପାଳନ କରୁଛନ୍ତି । ଅମିତାଭ ବଲିଉଡରେ ଅନେକ ଅଭିନେତ୍ରୀଙ୍କ ସହ ଅଭିନୟ କରିଛନ୍ତି । ଅଭିନେତ୍ରୀମାନେ ତାଙ୍କ ସହ କାମ କରି ଖୁବ ସହଜ ମନେ କରନ୍ତି । ବିଗ ବି ଫିଲଲ୍ମରେ ଖୁବ ରୋମାଂଟିକ ସିନ ମଧ୍ୟ ଦେଇଛନ୍ତି । କିନ୍ତୁ ଜଣେ ଅଭିନେତ୍ରୀ ଏମିତି ବି ଅଛନ୍ତି ଯିଏ ବିଗ ବିଙ୍କ ସହ ଅଭିନୟ କରି ଖୁବ ଅସହଜ ଅନୁଭବ କରିଥିଲେ । ଏହି ସିନ କରିବା ପରେ ସେ ପୂରା ରାତି ଖୁବ କାନ୍ଦିଥିଲେ ।

ଆମେ ଏଠାରେ କହୁଛୁ ସ୍ମିତା ପାଟିଲଙ୍କ ବିଷୟରେ । ସ୍ମିତା ପାଟିଲ ଅଧିକତଃ ଆର୍ଟ ଫିଲ୍ମରେ ସାଧାରଣ ଭୂମିକା କରିଥାଆନ୍ତି । ସେ ଅମିତାଭ ବଚ୍ଚନଙ୍କ ସହ ୧୯୮୨ରେ ଆସିଥିବା ଫିଲ୍ମ ‘ନମକ ହଲାଲ’ରେ କାମ କରିବାକୁ ସୁଯୋଗ ପାଇଥିଲେ । ଫିଲ୍ମରେ ଗୋଟିଏ ଗୀତ ଥିଲା ‘ଆଜ ରପଟ ଜାୟେଁ ତୋ’ । ଏହି ଗୀତ ବର୍ଷାରେ ସୁଟ ହୋଇଥିଲା । ଏହା ଏକ ରୋମାଂଟିକ ସଙ୍ଗ ଥିଲା । ଅମିତାଭ ଏବଂ ସ୍ମିତାଙ୍କୁ ବର୍ଷାରେ ଓଦା ହେଇ ସୁଟ କରିବାର ଥିଲା । ସ୍ମିତା ଶାଢୀ ପିନ୍ଧିଥିଲେ । କିନ୍ତୁ ସେ ଗୀତ ସୁଟ କରିବା ସମୟରେ ଅସହଜ ଅନୁଭବ କରିଥିଲେ ।

ବିଗ ବି ବୁଝାଇବା ପରେ ସ୍ମିତା ଗୀତର ସୁଟ କରିଥିଲେ । କିନ୍ତୁ ସେ ଏତେ ଅସହଜ ଅନୁଭବ କରିଥିଲେ ଯେ ଗୀତ ସୁଟ ପରେ ପୂରା ରାତି କାନ୍ଦିଥିଲେ । ଏହା ସହ ସେ ଫିଲ୍ମ ସୁଟ କରିବା ପାଇଁ ମଧ୍ୟ ମନା କରି ଦେଇଥିଲେ । ପରେ ବିଗ ବି ବୁଝାଇବା ପରେ ସେ ସୁଟିଂ ପାଇଁ ରାଜି ହୋଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More