Only for Entertainment

ବୈଦ୍ୟନାଥରେ ଘଟିଥିଲା ରାବଣ ଜୀବନର ସବୁଠାରୁ ଗୁରୁତ୍ୱପୁର୍ଣ୍ଣ ଘଟଣା ।

youtube
0 107

ରାବଣ ଶ୍ରୀରାମଙ୍କ ଅର୍ଦ୍ଧାଙ୍ଗିନୀ ମାତା ସୀତାଙ୍କୁ ହରଣ କରିଥିଲା । ରାବଣକୁ ସେହି ଯୁଗର ସବୁଠାରୁ ଶ୍ରେଷ୍ଠ ଏବଂ ତପସ୍ୱୀ ବୋଲି କୁହାଯାଏ । କିନ୍ତୁ ତା କୁକର୍ମ ପାଇଁ ତାର ଅନ୍ତ ସମୟରେ ପାଣ୍ଡିତ୍ୟ ମଧ୍ୟ ରାବଣକୁ ରକ୍ଷା କରିପାରି ନଥିଲା । ରାବଣ ବିଷୟରେ ଧର୍ମ ଓ ଗ୍ରନ୍ଥରେ ମଧ୍ୟ ବର୍ଣ୍ଣନା କରାଯାଇଛି । ରାମାୟଣରେ ଏଭଳି କିଛି ସ୍ଥାନ ବିଷୟରେ ଆଲୋଚନା କରାଯାଇଛି ଯେଉଁଥିରେ ରାବଣ ସମ୍ବଦ୍ଧରେ କେତେକ ଘଟଣା ବିଷୟରେ କୁହାଯାଇଛି ।

ଶିବ ପୁରାଣ ଅନୁସାରେ ରାବଣ ପ୍ରଭୁ ଶିବଙ୍କର ଭକ୍ତ ଥିଲା । ସେ କଠିନ ତପସ୍ୟା କରିଥିଲା ଏବଂ ଗୋଟିଏ ଗୋଟିଏ କରି ତା’ର ମସ୍ତକ ଶିବଙ୍କୁ ଅର୍ପଣ କରିଥିଲା । ଏହି ତନସ୍ୟାରେ ଭଗବାନ ଶଙ୍ଗର ପ୍ରସନ୍ନ ହୋଇ ତା’ର ୧୦ଟି ମୁଣ୍ଡକୁ ଭଗବାନ ପୁଣିଥରେ ଯୋଡ଼ି ଦେଇଥିଲେ । ବରଦାନ ସ୍ୱରୂପ ରାବଣ ଭଗବାନ ଶିବଙ୍କୁ ଲଙ୍କା ଯିବା ପାଇଁ କହିଥିଲା । ଶିବ ରାବଣର କଥା ମାନିଲେ କିନ୍ତୁ ଏକ ସର୍ତ୍ତ ରଖିଥିଲେ । ସର୍ତ୍ତ ଥିଲାଯେ ଯଦି ରାବଣ ଲଙ୍କା ଯିବା ସମୟରେ କୌଣସି ବି ସ୍ଥାନରେ ଶିବଲିଙ୍ଗକୁ ମାଟି ଉପରେ ରଖିଦିଏ ତେବେ ସେ ସେହି ସ୍ଥାନରେ ସ୍ଥାପନ ହୋଇଯିବେ । ରାବଣ ଭଗବାନ ଶିବଙ୍କ କଥା ମାନିଲା ଏବଂ ଲଙ୍କା ଯିବାକୁ ଲାଗିଲା ।

ଖବର ଶୁଣିବା ପରେ ଦେବତାଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହେଲା । ଯଦି ଭଗବାନ ଶିବ ଲଙ୍କାରେ ସ୍ଥାପିତ ହୋଇଯାଇଥାନ୍ତେ ତେବେ ଲଙ୍କାକୁ ହରାଇବା ସଂପୂର୍ଣ୍ଣ କଷ୍ଟ ହୋଇଥାନ୍ତା । ଏଥିପାଇଁ ସମସ୍ତେ ଭଗବାନ ବିଷ୍ଣୁଙ୍କ ନିକଟକୁ ଗଲେ । ଯେଉଁ ଉପାୟରେ ମଧ୍ୟ ରାବଣର ଏହି କାର୍ଯ୍ୟକୁ ବନ୍ଦ କରିବାକୁ ପ୍ରାର୍ଥନା କଲେ ।

ଦେବତାଙ୍କ ପ୍ରାର୍ଥନା ଶୁଣିବା ପରେ ବିଷ୍ଣୁ ବ୍ରାହ୍ମଣ ବେଶରେ ଧରାପୃଷ୍ଠକୁ ଓହ୍ଲାଇଲେ । ଏହା ସହିତ ବରୁଣ ଦେବ ରାବଣଙ୍କ ପେଟରେ ପ୍ରବେଶ କଲେ । ଏହାପରେ ରାବଣକୁ ପ୍ରସାଧନ ଲାଗିଲା । କିନ୍ତୁ ଏଥିପାଇଁ ରାବଣକୁ ଶିବଲିଙ୍ଗକୁ କାହା ହାତରେ ଦେବାର ଥିଲା । ସେହି ସମୟରେ ବିଷ୍ଣୁ ସେହି ରାସ୍ତା ଦେଇ ଗଲେ । ରାବଣ ତାଙ୍କୁ ଶିବଲିଙ୍ଗ ଦେଇ ପ୍ରସାଧନ ପାଇଁ ଗଲା । କିନ୍ତୁ ତା’ ପେଟରେ ତ ବରୁଣ ଦେବ ପ୍ରବେଶ କରିଥିଲେ । ରାବଣ ଦୀର୍ଘ ସମୟ ଧରି ନ ଆସିବାରୁ ବ୍ରାହ୍ମଣ ଶିବଲିଙ୍ଗକୁ ତଳେ ରଖିଦେଲେ । ଏହାପରେ ବରୁଣ ଦେବ ରାବଣ ପେଟରୁ ବାହାରିଗଲେ । ସେହି ଦିନଠାରୁ ଶିବଲିଙ୍ଗ ସେହି ସ୍ଥାନରେ ସ୍ଥାପନ ହୋଇଗଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More