ଆମୀର,ସଲମାନ କିମ୍ବା ଶାହାରୁଖ ନୁହଁନ୍ତି,ଆମେରିକାରେ ଏହି ଅତିଥି କଲେ ସମସ୍ତଙ୍କୁ ଦିୱାନା ।
ଆମେରିକାର ନ୍ୟୁୟର୍କ ସହରକୁ ଜଣେ ନୂଆ ଅତିଥି ଆସିଛନ୍ତି । କିନ୍ତୁ ସେ କୌଣସି ବ୍ୟକ୍ତି ନୁହଁନ୍ତି ବରଂ ଜଣେ ରଙ୍ଗ ବେରଙ୍ଗ ବତକ । ଏହି ଅତିଥିଙ୍କୁ ସେଂଟ୍ରାଲ ପାର୍କରେ ଦେଖିବା ମାତ୍ରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ । ଏହା ଆମେରିକା ପାଇଁ ଏକ ଉପହାର କହିଲେ ଭୁଲ ହେବ ନାହିଁ ।
କେହି ଜଣେ ଏହି ଅତିଥିଙ୍କ ଫଟୋକୁ ଟ୍ୱିଟରରେ ଶେୟାର କରିଥିଲେ ଯାହାକୁ ଦେଖିବା ପରେ ସମସ୍ତଙ୍କ ଭିଡ଼ ଜମୁଛି ସେଂଟ୍ରାଲ ପାର୍କରେ ।
ଏହି ବତକ ଦେଖିବାକୁ ଖୁବ ସୁନ୍ଦର ।ଏହି ବତକ ପୂର୍ବ ଚୀନ,କୋରିଆ ଏବଂ ଜାପାନରେ ମିଳିଥାଏ ।
ନ୍ୟୁୟର୍କର ଇଂଷ୍ଟାଗ୍ରାମରେ ଏବେ ଏହି ଅତିଥି ଖୁବ ଲୋକପ୍ରିୟ ହୋଇ ସାରିଛନ୍ତି ।
The Central Park Pond’s newly-arrived male Mandarin Duck (we still do not know how it got here) unseated the Wood Duck as prettiest duck in the park. Gus Keri brings us close-up video pic.twitter.com/cauqVt4kSK
— Manhattan Bird Alert (@BirdCentralPark) October 11, 2018