Only for Entertainment

ସାମ୍ନାକୁ ଆସିଲା ଅଭାବନୀୟ ଘଟଣା । ଏହି ଦେଶରେ ଜଳ ଉପରେ ଲାଗିଲା କଟକଣା ।

punjab kesari
0 54

ଦକ୍ଷିଣ ଆଫ୍ରିକାର କେପଟାଉନ ସହରରେ ଦେଖାଯାଇଛି ଘୋର ଜଳାଭାବ । ଜଳ ବାୟୁ ପରିବର୍ତ୍ତନ ଯୋଗୁଁ ୩ ବର୍ଷ ଧରି ଏହି ସମସ୍ୟା ଦେଖାଦେଇଛି । ଯାହା ଲୋକଙ୍କ ଅସୁବିଧାର କାରଣ ପାଲଟିଛି । ତେବେ ସେଠାର ଲୋକଙ୍କୁ ସପ୍ତାହକୁ ଦୁଇ ଥର ଗାଧୋଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନା ଅନୁସାରେ କେପଟାଉନରେ ବର୍ଷକୁ ପ୍ରାୟ ୫୦୮ ମିଲିଲିଟର ବର୍ଷା ହୋଇଥାଏ,ଯାହାକି ଗତ ୩ ବର୍ଷରେ ୧୫୩,୨୨୧ ଏବଂ ୩୨୭ ମିଲିମିଟର ରହିଛି । ଜଳର ଘୋର ଅଭାବ ଯୋଗୁଁ ଏଠାର ସରକାର ପ୍ରତିଦିନ ଜଳର ବ୍ୟବହାରକୁ ୮୭ ଲିଟରରୁ ୫୦ ଲିଟର କରି ଦେଇଛନ୍ତି । ଏହା ସହିତ କେପଟାଉନରେ ୭୫ ପ୍ରତିଶତ ଘରକୁ ଜଳ ଯୋଗାଣ ବନ୍ଦ କରିବାକୁ ଯୋଜନା କରାଯାଇଛି ।
ସରକାରଙ୍କ କହିବା ଅନୁସାରେ ସହରରେ ପାଖାପାଖି ୨୦୦ଟି ଜଳ କେନ୍ଦ୍ର ନିର୍ମାଣ କରାଯିବ । ଯେଉଁଠାରୁ ଲୋକମାନେ ୨୫ ଲିଟର ଜଳ ପାଇପାରିବେ । ସେଠାରେ ଲୋକଙ୍କ ସହିତ ପୋଲିସ ଏବଂ ସେନା ମଧ୍ୟ ଉପସ୍ଥିତ ରହିବେ ।


ତେବେ ସମୂଦ୍ର ଜଳକୁ ପରିଷ୍କାର କରିବା ପାଇଁ ଚେଷ୍ଟା କରାଯାଉଛି । ଏହା ସହିତ ନାଳ ଜଳକୁ ପୁନଃଚକ୍ରଣ କରିବା ପ୍ରୟାସ ମଧ୍ୟ ଆରମ୍ଭ ହୋଇଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More