Only for Entertainment

ମିଷ୍ଟର ଇଣ୍ଡିଆ ସେଟରୁ ସାମ୍ନାକୁ ଆସିଲା ଶ୍ରୀଦେବୀ-ରେଖାଙ୍କ ଫଟୋ

bollywood tadka
53

ମିଷ୍ଟର ଇଣ୍ଡିଆ କେତେକ ବର୍ଷ ଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ସ୍ୱତନ୍ତ୍ର ସ୍ଥାନ ରଖିଛି । ଏହା ଏଭଳି ଏକ ଫିଲ୍ମ ଯାହା ଆଜି ପର୍ଯ୍ୟନ୍ତ ଟିଭି ପରଦାରେ ଦେଖିବାକୁ ମିଳୁଛି । କେବେ ଭୁଲି ନହେବା ଭଳି ଡାଏଲଗ ଏବଂ କଳାକର ମାନଙ୍କ ସାନଦାର ପ୍ରଦର୍ଶନ ପାଇଁ ଏହି ଫିଲ୍ମକୁ ଖୁବ ପସନ୍ଦ କରାଯାଏ । ନିକଟରେ ଫିଲ୍ମର ନିର୍ଦ୍ଦେଶକ ଶେଖର କପୂର ଏକ ଫଟୋ ଶେୟାର କରିଛନ୍ତି, ଯାହା ସୁଟିଂ ସଟର ।

ଫଟୋରେ ଅଭିନେତ୍ରୀ ରେଖା ଏବଂ ସ୍ୱର୍ଗତା ଶ୍ରୀଦେବୀଙ୍କୁ ଦେଖିବାକୁ ମିଳିଛି । ଫଟୋ ଶେୟାର କରି ଶେଖର କ୍ୟାପ୍ସନରେ ଲେଖିଛନ୍ତି. ଗୋଟିଏ ଫ୍ରେମରେ ଦୁଇ ସୁନ୍ଦରୀ ମହିଳା ।

 

ଦୁଇ ଅଭିନେତ୍ରୀଙ୍କ ମଧ୍ୟରେ ଖୁବ ଭଲ ବନ୍ଧୁତା ଥିଲା । କୁହାଯାଏ ରେଖା ଫିଲ୍ମ ସୁଟିଂ ସମୟରେ ଶ୍ରୀଦେବୀଙ୍କୁ ସାକ୍ଷାତ କରିବା ପାଇଁ ସେଟକୁ ଯାଆନ୍ତି । ଶ୍ରୀଦେବୀଙ୍କ ମୃତ୍ୟୁରେ ରେଖା କହିଥିଲେଯେ ସେ ତାଙ୍କ ଜୀବନର ସବୁଠାରୁ ଭଲ ବନ୍ଧୁକୁ ହରାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More