Only for Entertainment

ସମାଧିର ଶବ ଖୋଲିଲା ନିଜ ମୃତ୍ୟୁର ରାଜ, କାହାଣୀ ପଢିଲେ ହୋଶ ଉଡ଼ିଯିବ ।

istock
0 38

ମୃତ୍ୟୁ ପରେ ଯେ କେହି ଫେରନ୍ତି ନାହିଁ ଏହା ସମସ୍ତେ ଜାଣନ୍ତି । କାରଣ ଏହା ଚିରନ୍ତନ ସତ୍ୟ । ଏହା ଜୀବନର ଶେଷ ବିନ୍ଦୁ । କିନ୍ତୁ ଏଭଳି ଏକ ଘଟଣା ଘଟିଛି ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ହେବା ସ୍ୱଭାବିକ କଥା । ମୃତ୍ୟୁ ପରେ ଶବକୁ ସମାଧି ଦିଆ ଯାଇଥିଲା । କିନ୍ତୁ ଏଭଳି କିଛି ଥିଲା ଯାହାକୁ ନେଇ ସମସ୍ତେ ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲେ । କେବଳ ସାଧାରଣ ମଣିଷ ନୁହଁନ୍ତି ବରଂ ପୋଲିସର ମଧ୍ୟ ହୋଶ ଉଡ଼ିଗଲା ।

କୋର୍ଟର ଆଦେଶ ପରେ ମହିଳାଙ୍କ ଶବକୁ ସମାଧିରୁ ବାହାର କରାଗଲା । ପୋଷ୍ଟମର୍ଟମ କରାଗଲା । ତାହାର ମାଟିକୁ ପରୀକ୍ଷା କରିବା ପାଇଁ ପ୍ରୟୋଗଶାଳା ପଠାଗଲା । ଡିଏନଏ ମଧ୍ୟ ମ୍ୟାଚ ହେଲା ଓ ଶେଷରେ ସ୍ୱାମୀକୁ ଯୌତୁକ ଏବଂ ହତ୍ୟା ଅଭିଯୋଗରେ ଗିରଫ କରାଗଲା ।

ଘଟଣାଟି ୭ ମାସ ପୂର୍ବର । ସଫଦରର ବଗିଚାରେ ରହୁଥିବା ଇକବାଲ ତାଙ୍କ ଝିଅ ଅଫରିନଙ୍କ ବିବାହ ୨୦୧୪ରେ ବାଗଜାଲା ନିବାସୀ ଇମରାନଙ୍କ ସହିତ କରିଥିଲେ । କିନ୍ତୁ ୨୫ ଜୁଲାଇ ୨୦୧୭ରେ ଅଫରିନଙ୍କର ମୃତ୍ୟୁ ଘଟିଲା ।

ଝିଅକୁ ଯୌତୁକ ପାଇଁ ବିଷ ଦେଇ ମାରିଥିବା ନେଇ ଥାନାରେ ଏତଲା ଦେଇଥିଲେ ଇକବାଲ । କିନ୍ତୁ ପୋଲିସ କୌଣସି ପଦକ୍ଷେପ ନ ନେବାରୁ ଇକବାଲ କୋର୍ଟର ଶରଣ ନେଇଥିଲେ । ଅଦାଲତଙ୍କ ଆଦେଶ ଅନୁସାରେ ପୋଲିସ ଅଫରିନଙ୍କ ଶ୍ୱଶୁର ଘର ଲୋକଙ୍କ ବିରୋଧରେ ଯୌତୁକ ଏବଂ ହତ୍ୟା ମାମଲା ରୁଜୁ କରିଥିଲେ । ଏହାପରେ ଶବକୁ ସମାଧିରୁ ବାହାର କରି ପୋଷ୍ଟମର୍ଟମ କରାଯାଇଥିଲା । ଡିଏନଏ ତାଙ୍କ ମାତାପିତାଙ୍କ ସହ ମ୍ୟାଚ କରିବାରୁ ଜଣାଗଲାଯେ ସେ ହେଉଛନ୍ତି ଅଫରିନ । ମାଟି ଏବଂ କଙ୍କାଳର ଟିସୁ ପରୀକ୍ଷଣରୁ ସ୍ପଷ୍ଟ ଜଣାଗଲାଯେ ବିଷ ଦ୍ୱାରା ମୃତ୍ୟୁ ହୋଇଛି । କିନ୍ତୁ ତାଙ୍କ ଶାଶୁଘର ଲୋକଙ୍କ କହିବା ଅନୁସାରେ ଅଫରିନଙ୍କ ମୃତ୍ୟୁ ସାମାନ୍ୟ ରୋଗ ଯୋଗୁଁ ହୋଇଥିଲା ।

ତେବେ ଘଟଣା ଜଣାଯିବା ପରେ ଇମରାନଙ୍କୁ ପୋଲିସ ଗିରଫ କରି ଜେଲକୁ ପଠାଇଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More