Only for Entertainment

ଦୀର୍ଘ ସମୟ ଧରି ହ୍ବାଟସଆପ ବ୍ୟବହାର କରୁଥିବାରୁ ବରଘର ଭାଙ୍ଗିଲେ ବିବାହ ।

0 34

କନ୍ୟା ହ୍ଵାଟ୍‌ସ୍‌ଆପ୍‌ରେ ଅତ୍ୟଧିକ ସମୟ ବିତାଉ ଥିବା ଅଭିଯୋଗ କରି ଉତ୍ତର ପ୍ରଦେଶର ଏକ ପରିବାର ବହାଘର ଭାଙ୍ଗି ଦେଇଛନ୍ତି।

ପୁଲିସ କହିଛି: ବୁଧବାର ଦିନ ଆମ୍‌ରୋହା ଜିଲ୍ଲା ଅନ୍ତର୍ଗତ ନୂଆଗାଁ ସଦାତ ଗାଁ’ରେ କନ୍ୟା ଏବଂ ତାଙ୍କ ଜ୍ଞାତି ପରିବାର ବର ତାଙ୍କ ଆତ୍ମୀୟସ୍ୱଜନଙ୍କୁ ଧରି ବାହାହେବାକୁ ପହଞ୍ଚିବେ ବୋଲି ଅପେକ୍ଷା କରିଥିଲେ। କିନ୍ତୁ, ଫୋନ୍‌ ଆସିଲା କନ୍ୟା ମାତ୍ରାଧିକ ହ୍ଵାଟ୍‌ସ୍‌ଆପ୍‌ ବ୍ୟବହାର କରୁଥିବା କାରଣରୁ ହିଁ ବାହାଘର ଭାଙ୍ଗିଦିଆ ଗଲା।

କିନ୍ତୁ କନ୍ୟାଘର ଲୋକେ ସେ କଥା ଖଣ୍ଡନ କରି କହୁଛନ୍ତି କି, ଶେଷ ମୁହୂର୍ତ୍ତରେ ବାହାଘର ଭାଙ୍ଗିବାର ପ୍ରକୃତ କାରଣ ହେଲା ସେମାନେ ଦାବି କରୁଥିବା ଯୌତୁକ।

ପୁଲିସ କହେ, ୬୫ ଲକ୍ଷ ଟଙ୍କା ଯୌତୁକ ଦାବି କରୁଛନ୍ତି ବୋଲି ଦୋଷାରୋପ କରି କନ୍ୟା ପିତା ଉରୋଜ ମେହେନ୍ଦି ବରଘର ବିରୋଧରେ ଏକ ମାମଲା ରୁଜୁ କରିଛନ୍ତି।

ମେହେନ୍ଦି ପୁଲିସକୁ କହିଛନ୍ତି, ଫକୀରପୁର ନିବାସୀ କମର୍‌ ହାଇଦର୍‌ଙ୍କ ପୁଅ ସହ ସେ ତାଙ୍କ ଝିଅର ବାହାଘର ପକ୍କା କରିଥିଲେ। ବରଘର ପରିବାର ଓ ବରଯାତ୍ରୀଙ୍କୁ ସ୍ୱାଗତ କରିବାକୁ ଆମ ଆତ୍ମୀୟସ୍ୱଜନ ଏବଂ ବନ୍ଧୁବାନ୍ଧବ ଏକତ୍ର ହୋଇଥିଲେ। ସେମାନେ ନ ଆସିବାରୁ ମୁଁ ବର ପିତାଙ୍କୁ ଫୋନ୍‌ କଲି। ସେ କହିଲେ କି, ବାହାଘର ଭାଙ୍ଗି ଦିଆଗଲା।

ଆମରୋହା ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ବିପିନ ତାଡ଼ା କହନ୍ତି: କନ୍ୟାର ଅତ୍ୟଧିକ ହ୍ଵାଟ୍‌ସ୍‌ଆପ୍‌ ବ୍ୟବହାର କରିବା ଅଭ୍ୟାସ ଥିବା ଯୋଗୁଁ ଓ ବାହାଘର ପୂର୍ବରୁ ଶାଶୂଘର ଲୋକଙ୍କୁ ମେସେଜ୍‌ ପଠାଉଥିବାରୁ ସେପ୍ଟେମ୍ବର ୫ ତାରିଖରେ ନିର୍ଦ୍ଧାରିତ ବାହାଘରକୁ ବରଘର ଲୋକେ ଭାଙ୍ଗି ଦେଇଥିଲେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More