Only for Entertainment

ଖୋଲିଲା ବ୍ଲଡ ର‌୍ୟାକେଟର ଗୁମର, କେମିକାଲ ଏବଂ ପାଣି ମିଶାଇ ବିକ୍ରି କରୁଥିଲେ ନକଲି ରକ୍ତ ।

Nagpur Magazine
19

ୟୁପିର ରାଜଧାନୀ ଲଖନଉରେ ଚାଲୁଥିବା ରକ୍ତର କଳା କାରବାରର ପର୍ଦାଫାଶ କରି ସାତ ଜଣ ଲୋକଙ୍କୁ ଧରିଛି ୟୁପି ଏସଟିଏଫ । ଧରାପଡିଥିବା ଅଭିଯୁକ୍ତ କେମିକାଲ ଓ ପାଣି ମିଶାଇ ରକ୍ତର କଳା କାରବାର କରୁଥିଲେ । ଏସଟିଏଫ ମାଣ୍ଡୟାଁବ ସ୍ଥିିତ ହସପିଟାଲରେ ରାତି ଅଧିଆ ଚଢ଼ଉ କରି ୮ ୟୁନିଟ୍ ନକଲି ରକ୍ତ ଜବତ କରିଛନ୍ତି । ୟୁପି ଏସଟିଏଫ୍ ଏହି ମାମଲାର ଯାଂଚ କରୁଛି । ରାତି ଅଧରେ ଏସଟିଏଫ୍ ବ୍ଲଡ ବ୍ୟାଙ୍କର ଦସ୍ତାବିଜ୍ ଓ କର୍ମଚାରୀଙ୍କ ତଥ୍ୟ ଖୋଳତାଡ କରିଥିଲା ।

ଏସଟିଏଫର ଏହି ଚଢ଼ଉ ବହୁତ ଗୋପନୀୟ ଭାବେ ହୋଇଥିଲା । ସ୍ଥାନୀୟ ପୁଲିସକୁ ବି ଏହାର କିଛି ସୂଚନା ନଥିଲା । ଏହି ମାମଲାରେ ଡିଜିପି ଅଫିସରେ ମୁଖ୍ୟାଳୟରେ ପ୍ରେସ କଂଫ୍ରେସ ହୋଇପାରେ । ଏସଟିଏଫ୍ ମୁତାବକ, ଏହି କଳା କାରବାର ବହୁତ ଲମ୍ବା ସମୟ ଧରି ଚାଲୁଥିଲା । ଏସଟିଏଫ୍ ପାଖାପାଖି ୧୫ ଦିନ ପର୍ଯ୍ୟନ୍ତ ବ୍ଲଡ ବ୍ୟାଙ୍କକୁ ଅନୁଧ୍ୟାନ କଲା । ପ୍ରମାଣ ଓ ସାକ୍ଷ୍ୟ ଏକତ୍ର କରିବା ପରେ ଏସଟିଏଫ୍ ର ଡେପୁଟି ଏସପିଙ୍କ ନେତୃତ୍ୱରେ ରାତି ଅଧିଆ ଚଢ଼ଉ କରିଥିଲେ ।

Blood-Bank

ସୂଚନାଯୋଗ୍ୟ, ଅଭିଯୁକ୍ତ କେମିକାଲ ଓ ପାଣି ମିଶାଇ ୨ ୟୁନିଟ୍ ରୁ ୩ ୟୁନିଟ୍ ରକ୍ତ ତିଆରି କରୁଥିଲେ । ଏଠି ବିନା କୌଣସି ମେଡିକାଲ ଡିଗ୍ରୀ ଥିବା କର୍ମଚାରୀ କାମ କରୁଥିଲେ । ବ୍ଲଡ ବ୍ୟାଙ୍କରେ କୌଣସି ଡାକ୍ତର ମୁତୟନ ନଥିଲେ । କେମିକାଲ ଓ ପାଣି ମିଶ୍ରିତ ଗୋଟିଏ ୟୁନିଟ୍ ରକ୍ତ ପାଇଁ ୩୫୦୦ ଟଙ୍କା ନେଉଥିଲେ । ଏହି ଗ୍ରୁପ୍ ମଜଦୁର ଓ ରିକ୍ସା ଚାଳକଙ୍କ ଠାରୁ ୧୦୦୦-୧୨୦୦ ଟଙ୍କାରେ ରକ୍ତ କିଣୁଥିଲେ ଓ ସେଥିରେ କେମିକାଲ ଓ ପାଣି ମିଶାଉଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More