Only for Entertainment

ରିଲିଜ ହେଲା ଆଗାମୀ ବଲିଉଡ କମେଡି ଫିଲ୍ମ ‘ଥ୍ରୀ – ଦେବ’ର ଟ୍ରେଲର, ଦେଖନ୍ତୁ

BookMyShow
0 46

ଆଗାମୀ ବଲିଉଡ୍ କମେଡି ଫିଲ୍ମ ଥ୍ରୀ – ଦେବର ପ୍ରଥମ ଟ୍ରେଲର୍ ମୁକ୍ତିଲାଭ କରିଛି । ଫିଲ୍ମର ଟିଭିର ପପୁଲାର୍ ନାୟକ କରଣ ସିଂ ଗ୍ରୋବର ଏବଂ ରବି ଦୁବେଙ୍କୁ ଦେଖିବାକୁ ମିଳିବ । ଏହି ଫିଲ୍ମର କାହାଣୀ ତିନି ଜଣ ସାଙ୍ଗଙ୍କ ଉପରେ ଆଧାରିତ । ଯେଉଁମାନେ ଚୋରି କରିବାରେ ସିଦ୍ଧହସ୍ତ । କିନ୍ତୁ ଲୋକେ ସେମାନଙ୍କୁ ଭଗବାନ ଭାବି ପୂଜା କରିବାରେ ଲାଗନ୍ତି ।
ଦେଖନ୍ତୁ ଟ୍ରେଲର…

ଚିନ୍ତନ ରାଣାଙ୍କ ପ୍ରଯୋଜନାରେ ଏହି କମେଡି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅଙ୍କୁଶ ଭଟ୍ଟ । ଫିଲ୍ମରେ କେକେ ମେନନ୍, ଟିସ୍କା ଚୋପ୍ରା, କରଣ ସିଂ ଗ୍ରୋବର୍, ରବି ଦୁବେ, କୁନାଲ୍ ରୟ କପୁର, ରାଇମା ସେନ୍, ପ୍ରସୋନଜୀତ୍ ଚାଟାର୍ଜୀ ଆଦି କଳାକାର ଅଭିନୟ ଦେଖିବାକୁ ମିଳିବ । ଏହି ଫିଲ୍ମ ଜୁନ ୧ରେ ପରଦାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More