Only for Entertainment

ରିଲିଜ ହେଲା ଫିଲ୍ମ ମଲଙ୍ଗର ଟାଇଟଲ ଟ୍ରାକ, ଦେଖିବାକୁ ମିଳିଲା ଆଦିତ୍ୟଙ୍କ ସହ ଦୀଶାଙ୍କ ଜବରଦସ୍ତ କେମେଷ୍ଟ୍ରି ।

73

ମଲଙ୍ଗର ଟ୍ରେଲର ଏବଂ ଗୀତ ରିଲିଜ ହେବା ପରେ ଏବେ ଏହି ଫିଲ୍ମର ଟାଇଟଲ ଟ୍ରାକ ରିଲିଜ ହୋଇଛି । ଗୀତରେ ଆଦିତ୍ୟ ରୟ କପୂରଙ୍କ ସହ ଦୀଶା ପାଟନୀଙ୍କ ରୋମାନ୍ସ ଦେଖିବାକୁ ମିଳିଛି । ଯାହା ୟୁଟ୍ୟୁବରେ ଆସିବା ମାତ୍ରେ ଦର୍ଶକ ଏହାକୁ ପସନ୍ଦ କରିବାରେ ଲାଗିଛନ୍ତି । ତେବେ ଏଠାରେ ଆମେ କହି ରଖୁଛୁ ଯେ ଏହି ଗୀତରେ ଶୁଣିବାକୁ ମିଳିଛି ବେଦ ଶର୍ମାଙ୍କ ଜବରଦସ୍ତ ଗାୟକି । ଏହାସହ ବେଦ ଶର୍ମା ଏହାର ମ୍ୟୁଜିକ ମଧ୍ୟ ଦେଇଛନ୍ତି । ଲିରିକ୍ସ ଲେଖିଛନ୍ତି କୁଣାଲ ବର୍ମା ଏବଂ ହର୍ଷ ଲିମ୍ବାଚିଆ ।

ତେବେ ଫିଲ୍ମ ବିଷୟରେ କହିବାକୁ ଗଲେ ଏହି ଫିଲ୍ମ ଆକ୍ସନ ଏବଂ ରୋମାନ୍ସରେ ଭରପୂର ଅଟେ । ତେବେ ଫିଲ୍ମରେ ଆଦିତ୍ୟ ଏବଂ ଦୀଶାଙ୍କ ବ୍ୟତୀତ ଅନୀଲ କପୂର ଏବଂ ଜନ ଇବ୍ରାହିମ ମଧ୍ୟ ନଜର ଆସିବେ । ଫିଲ୍ମ ୭ଫେବୃୟାରୀରେ ସମସ୍ତ ପରଦାରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More