Only for Entertainment

ଏଥର ପରଦାରେ ସାମ୍ନା ସାମ୍ନି ହେବେ ପରଦାରେ ବର୍ଷା ଏବଂ ଅର୍ଚ୍ଚିିତା !

0 66

ଏବେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଦୁଇ ଶୀର୍ଷ ନାୟିକା ଖୁବ ଚର୍ଚ୍ଚାରେ । ସେ ଦୁହେଁ ହେଲେ ବର୍ଷା ପ୍ରିୟଦର୍ଶିନୀ ଓ ଅର୍ଚ୍ଚିତା । ବର୍ଷା ପ୍ରିୟଦର୍ଶିନୀ ପ୍ରାୟ ୧୬ ବର୍ଷ ହେଲା ନାୟିକା ଭାବେ ଓଲିଉଡ଼ରେ କାମ କରୁଛନ୍ତି । ଠିକ ସେହିପରି ଅର୍ଚ୍ଚିତା ମଧ୍ୟ ପାଖାପାଖି ୧୩ବର୍ଷ ହେବ ସକ୍ରିୟ ଅଛନ୍ତି । ଏହି ଦୁଇ ନାମୀ ନାୟିକା ବିଗତ ଦିନମାନଙ୍କରେ ମୁଖ୍ୟତଃ ବ୍ୟବସାୟିକ ଚଳଚ୍ଚିତ୍ରରେ ଅଭିନୟ କରି ଆସିଛନ୍ତି । ଏମାନଙ୍କୁ ବାସ୍ତବଧର୍ମୀ ସିନେମାରେ ପ୍ରାୟତଃ ଦେଖିବାକୁ ମିଳିନାହିଁ । କିନ୍ତୁ ଏହି ଦୁଇ ଲୋକପ୍ରିୟ ନାୟିକା ଏବେ ଟିକେ ଭିନ୍ନ ଧରଣର ଚଳଚ୍ଚିତ୍ରରେ ଅଭିନୟ କରୁଛନ୍ତି । ସେ ଦୁହେଁ ନିଜର ଗତିପଥ ବଦଳାଇବା ଭଳି ଲାଗୁଛି ।

ସିଧାସଳଖ କହିବାକୁ ଗଲେ, ଉଭୟ ବର୍ଷା ପ୍ରିୟଦର୍ଶିନୀ ଓ ଅର୍ଚ୍ଚିତା ଏବେ ସେମାନଙ୍କର ନୂଆ ଧରଣର ଚଳଚ୍ଚିତ୍ରକୁ ନେଇ ବ୍ୟସ୍ତ ଅଛନ୍ତି । ବର୍ଷାଙ୍କ ଅଭିନୀତ ଯେଉଁ ଚଳଚ୍ଚିତ୍ର କଥା ଏଠାରେ କୁହାଯାଉଛି, ତାହା ହେଲା ‘ନିମକି’ । ଏହା ହେଉଛି ଜଣେ ସାଧାରଣ ମହିଳାଙ୍କ କଥା, ଯିଏ କି ନିମପୁର ଭଳି ଏକ ଅଖ୍ୟାତ ଗାଅାଁରୁ ନବୀନ ନିବାସରେ ପହଞ୍ôଚଛନ୍ତି ।

ଅନ୍ୟପକ୍ଷରେ ଓଡ଼ିଆ ଚଳଚ୍ଚିତ୍ରର ଅନ୍ୟତମ ଲୋକପ୍ରିୟ ନାୟିକା ଅର୍ଚ୍ଚିତା ଏବେ ‘ଚମ୍ପିଆନ’ ଶୀର୍ଷକରେ ନିର୍ମିତ ଏକ ସିନେମାରେ ଅଭିନୟ କରୁଛନ୍ତି । ଏହା ବି ଜଣେ ସାଧାରଣ ଯୁବତୀର ବାସ୍ତବବାଦୀ କାହାଣୀ ଉପରେ ଆଧାରିତ । ଏହି ଯୁବତୀ ଜଣକ କିପରି ଲକ୍ଷ୍ୟସ୍ଥଳରେ ପହଞ୍ଚିଛି, ତାହା ହେଉଛି ‘ଚମ୍ପିଆନ’ର ମୁଖ୍ୟ କାହାଣୀ । ଉଭୟ ବର୍ଷା ଓ ଅର୍ଚ୍ଚିତା ଏଭଳି ଚଳଚ୍ଚିତ୍ରରେ ଅଭିନୟ କରି ପରସ୍ପରକୁ ଟକ୍କର ଦେଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More