Only for Entertainment

ଆଗାମୀ ଆକ୍ସନ୍ – ଡ୍ରାମା ଫିଲ୍ମ କମାଣ୍ଡୋ- ଥ୍ରୀ ର ରୋମାଂଟିକ୍ ଗୀତ ‘ଅଖିୟାଁ ମିଲାୱାଙ୍ଗା’ !

41

ଆଗାମୀ ଆକ୍ସନ୍ – ଡ୍ରାମା ଫିଲ୍ମ କମାଣ୍ଡୋ- ଥ୍ରୀ ର ରୋମାଂଟିକ୍ ଗୀତ ‘ଅଖିୟାଁ ମିଲାୱାଙ୍ଗା’ । ଗୀତରେ ନାୟକ ବିଦ୍ୟୁତ୍ ଜୱାଁଲ୍ ଓ ନାୟିକା ଅଦା ଶର୍ମାଙ୍କ ଭିତରେ ରୋମାନ୍ସ ଦେଖିବାକୁ ମିଳିଛି । ବିଦେଶର ସୁନ୍ଦର ଲୋକେସନ୍ ସହ ଆକର୍ଷଣୀୟ ସଙ୍ଗୀତକୁ କରିଛି ଆହୁରି ଆଟ୍ରାକ୍ଟିଭ୍ । ଆଉ ସବୁଠୁ ବେଶୀ ଆକର୍ଷଣୀୟ ରହିଛି ଅରିଜିତ ସିଂଙ୍କ ଯାଦୁକରୀ ଭଏସ୍ । ଗୀତରେ ଅରିଜୀତଙ୍କ ସହ ସୃଥି ଶଶିଧରନଙ୍କ ଗାୟିକୀ ମଧ୍ୟ ଶୁଣିବାକୁ ମିଳିଥି ଏହି ଗୀତରେ । ଏଥିରେ ସଙ୍ଗୀତର ଭାର ତୁଲାଇଛନ୍ତି ମନନ ଶାହ ।

କମାଣ୍ଡୋ ୩ ରେ ପୁଣିଥରେ ବିଦ୍ୟୁତ ଜମାୱାଲ ଓ ଅଦା ଶର୍ମାଙ୍କ ଯୁଗଳବନ୍ଦୀ ଦର୍ଶକଙ୍କ ପାଖକୁ ଫେରୁଛି । ଫିଲ୍ମରେ ବିଦ୍ୟୁତଙ୍କ ନୂଆ ଲୁକ ସହ ଜବରଦସ୍ତ ଷ୍ଟଂଟ୍ ଓ ଆକ୍ସନ ସିନ ଦେଖିବାକୁ ମିଳିବ । ସେହିଭଳି ଅଦାଙ୍କୁ ମଧ୍ୟ ଦର୍ଶକ ଗୁଇନ୍ଦା ଜାଶୁଶ୍ ଭୁମିକାରେ ଦେଖିବେ । ରିଲାଏନ୍ସ ଏଂଟରଟେନମେଂଟ୍ ଓ ବିପୁଲ୍ ଅମୃତଲାଲ୍ ଶାହଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ଆଦିତ୍ୟ ଦତ୍ତ । ଆସନ୍ତାମାସ ୨୯ ତାରିଖରେ ରିଲିଜ ହେବ ଚଳଚ୍ଚିତ୍ର କମାଣ୍ଡୋ-୩ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More