Only for Entertainment

କ୍ରେଜି-୪ ଦେଖିବାକୁ ମିଳିବ ଏହି ଦୁଇ ଷ୍ଟାରଙ୍କ କେମେଷ୍ଟ୍ରୀ

26

ଓଲିଉଡର ଜଣାଶୁଣା ନାୟିକା ସୂରମୟୀଙ୍କୁ ନିକଟରେ ମିଳିଛି ଏକ ନୂଆ ସିନେମା । ଏହାର ଟାଇଟଲ ରହିଛି ‘କ୍ରେଜି-ଫୋର’ । ଏହି ସିନେମାରେ ଚାରିଜଣ କ୍ରେଜି ଲୋକଙ୍କୁ ଦେଖିବାକୁ ମିଳିବ । ଏମାନଙ୍କ ଭିତରୁ ଜଣେ ହେଲେ ସୂରମୟୀ । ଏହା ଏକ କମେଡି ସିନେମା ବୋଲି କୁହାଯାଉଛି । ଏହି ଫିଲ୍ମରେ ସୂରମୟୀଙ୍କ ବ୍ୟତୀତ ଅନ୍ୟ ଯେଉଁ ତିନିଜଣ କ୍ରେଜି ଭୂମିକାରେ ଅଛନ୍ତି, ସେମାନେ ହେଲେ ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି, ଟେଲି ଜଗତର ଜଣାଶୁଣା ଅଭିନେତା ଶୁଭାଶିଷ ଶର୍ମା ଏବଂ ଓଲିଉଡର ଜଣାଶୁଣା ନାୟକ ଅଭିଷେକ । ଏଥିରେ ଶୁଭାଶିଷ-ସୂରମୟୀ ଯୋଡ଼ିଙ୍କୁ ଦେଖିବାକୁ ପାଇବେ ଦର୍ଶକ ।

krazzy

କ୍ରେଜି ଫୋର’ର ନିର୍ଦ୍ଦେଶନା ଦେଉଛନ୍ତି ନବାଗତ ସମରାଜ୍‍ । କେ. ରଂଜନ ଏହାର ପ୍ରଯୋଜନାରେ ଅଛନ୍ତି । ଏହାର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି  ଏସ୍‍. ଚନ୍ଦ୍ରକାନ୍ତ । ସୂରମୟୀଙ୍କର ଏହା ହେବ ସିନେମା । ସେ ଓଲିଉଡରେ ‘ଲଭ ଇନ୍‍ ଏୟାର’ ସିନେମା ଜରିଆରେ ଓଲିଉଡରେ ଏଣ୍ଟ୍ରି ନେଇଥିଲେ, ମାତ୍ର ତାହା ମହୁରତ ପରେ ଅଟକି ଯାଇଥିଲା ।

ସୂରମୟୀଙ୍କର ପ୍ରଥମ ମୁକ୍ତିପ୍ରାପ୍ତ ଓଡ଼ିଆ ଛବି ହେଲା ‘ଭଲ ପାଏ ତତେ ୧୦୦ରୁ ୧୦୦’ । ଏଥିରେ ବାବୁସାନଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିଥିଲେ ସୂରମୟୀ । ଏହାପରେ ସୂରମୟୀ ‘ଆଖି ଖୋଲିଲେ ତୁ ହି ତୁ’ ଓ ‘ଶକ୍ତି’ ଆଦି ସିନେମାରେ ନାୟିକା ଭୂମିକାରେ ନଜର ଆସିଛନ୍ତି । ଏଥିମଧ୍ୟରୁ ପ୍ରଥମଟିରେ ଦୀପକ ଓ ଦ୍ୱିତୀୟଟିରେ କରଣଙ୍କ ବିପକ୍ଷରେ ନାୟିକା ବନିଥିଲେ ସୂରମୟୀ । ସଂପ୍ରତି ସୂରମୟୀଙ୍କ ଅଭିନୀତ ଅନ୍ୟ ଏକ ଓଡ଼ିଆ ସିନେମା ‘କ୍ରିଷ୍ଣା’ ରିଲିଜ ଅପେକ୍ଷ।।ରେ ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More