Only for Entertainment

ଏଇ ମାସରେ ଦୁଇ ଦୁଇଟି ସିନେମା ସହିତ ପରଦାକୁ ଆସୁଛନ୍ତି ଓଲିଉଡ ଅଭିନେତା ଜ୍ୟୋତି ।

facebook
40

ଏଇ ନଭେମ୍ବର ମାସ ଶେଷ ସପ୍ତାହରେ ଦୁଇଟି ଓଡ଼ିଆ ସିନେମା ରିଲିଜ ହେବ ବୋଲି ଚର୍ଚ୍ଚା ହେଉଛି । ଏହି ଦୁଇ ସିନେମାରେ ନାୟକ ଜଣେ ହେଲେ ନାୟିକା ଅଲଗା ଅଲଗା । ହଁ ଉଭୟ ସିନେମାର ନାୟକ ଭୂମିକାରେ ଅଛନ୍ତି ଜ୍ୟୋତି ରଞ୍ଜନ ନାୟକ ।

ଜ୍ୟୋତିଙ୍କର ଯେଉଁ ଦୁଇଟି ଓଡ଼ିଆ ସିନେମା ଏକା ସମୟରେ ରିଲିଜ ହେଉଥିବା ନେଇ ଚର୍ଚ୍ଚା ଜୋର ଧରିଛି, ତାହା ହେଲା ‘ସାଥୀ ତୁ ଫେରିଆ’ ଏବଂ ‘ପ୍ୟାର ଅଲଗା ପ୍ରକାର’ । ଜି ସାର୍ଥକ, ବିନି ସାମଲ ଓ ନିହାର ସାମଲଙ୍କ ପ୍ରଯୋଜିତ ତଥା ସୁଧାକର ବସନ୍ତଙ୍କ ନିର୍ଦ୍ଦେଶିତ ‘ସାଥୀ ତୁ ଫେରିଆ’ ନଭେମ୍ବର ୨୩ ତାରିଖରେ ମୁକ୍ତିଲାଭ କରିବ ବୋଲି ବହୁ ଆଗରୁ ଘୋଷିତ ହୋଇଛି । ଏଥିରେ ଜ୍ୟୋତିଙ୍କ ନାୟିକା ଭାବେ ପରଦାକୁ ଆସୁଛନ୍ତି ଅନୁଭା । ଏତଦ ବ୍ୟତୀତ ଏହି ସିନେମାରେ ଶ୍ରୀତମ ଦାସ, ମହାଶ୍ୱେତା, ପିଙ୍କି ପ୍ରଧାନ, ମଣ୍ଟୁ ଶର୍ମା ଓ ଅନୀଷା ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି ।

ଅନ୍ୟ ପକ୍ଷରେ ‘ପ୍ୟାର ଅଲଗା ପ୍ରକାରର ପ୍ରଯୋଜକ ହେଲେ ଅକ୍ଷୟ କୁମାର ପ୍ରଧାନ । ଏହାର ନିର୍ଦ୍ଦେଶନା ଦେଇଛନ୍ତି ନବାଗତ ହୀରା ଚୌଧୁରୀ । ଏହି ଓଡ଼ିଆ ସିନେମାରେ ଜ୍ୟୋତିଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିବେ ଝିଲିକ । ଜ୍ୟୋତି ଝିଲିକଙ୍କ ଯୋଡିର ଏହା ତୃତୀୟ ସିନେମା । ଆଗରୁ ଏହି ଯୋଡି ‘ଓଲେ ଓଲେ ଦିଲ ବୋଲେ’ ଓ ‘ତୁ ମୋ’ ହିରୋ’ ଫିଲ୍ମରେ କାମ କରିଛନ୍ତି । ‘ପ୍ୟାର ଅଲଗା ପ୍ରକାର’ ରେ ଅନ୍ୟାନ୍ୟ ପ୍ରମୁଖ ଭୂମିକାରେ ଅଛନ୍ତି ବିଜୟ ମହାନ୍ତି, ମିହିର ଦାସ ଏବଂ ଅମର ପ୍ରମୁଖ । ଏ ଦୁଇ ସିନେମା ଏକା ତାରିଖରେ ରିଲିଜ ହେଲେ ନାୟକ ଜ୍ୟୋତି ହିଁ ନିଜ ର ପ୍ରତିଦ୍ୱନ୍ଦ୍ୱୀ ହେବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More