Only for Entertainment

ନୂଆ ବର୍ଷରେ ଦର୍ଶକଙ୍କୁ ଝଟକା ଦେବ ଓଡିଆ କମେଡି ଫିଲ୍ମ ‘ଜୋର କା ଝଟକା’

you tube
45

ଓଡିଆ ଦର୍ଶକଙ୍କୁ ନୂଆ ବର୍ଷରେ ରୋମାନ୍ସ କିମ୍ବା ଆକ୍ସନ ବଦଳରେ ଏଥରକ କମେଡି ସହ ଏଟଂରଟେନ କରିବେ ଅଭିନେତା ଦୀପକ ଓ ଚୁଲବୁଲି ନାୟିକା ପିଙ୍କି ପ୍ରିୟଦର୍ଶନୀ । ପୁରୁଣା ଯୁଗଳବନ୍ଦୀ ନୂଆ କମେଡି ଫିଲ୍ମ ‘ଜୋର କା ଝଟକା’ ସହ ଖୁବ ଶିଘ୍ର ଦର୍ଶକଙ୍କ ପାଖରେ ପହଁଚିବାକୁ ଯାଉଛନ୍ତି । ନିକଟରେ ଏହି ଅପକମିଂ ଫିଲ୍ମର ଶୁଭମହୁରତ କାର୍ଯ୍ୟକ୍ରମ ଶେଷ ହୋଇଛି । ଅଭିନେତା ଦୀପକ କହିଛନ୍ତି କି ସିନେପ୍ରେମୀଙ୍କ ପାଖରେ ଏହି ଫିଲ୍ମ କିଛି ନୂଆ ମନୋରଞ୍ଜର ସ୍ୱାଦ ସହ ପରଦାକୁ ଓହ୍ଲାଇବ । କିଛି ରୋମାଟିଂକ ଫିଲ୍ମରେ ହିରୋ ହେବା ପରେ ଏଥରକ ଦୀପକ କମେଡି ରୋଲରେ ଦର୍ଶକଙ୍କୁ ଏଟଂରଟେନ କରିବାକୁ ଯାଉଛନ୍ତି ।

jorka jhatka

ପୂର୍ବରୁ ସପନର ନାୟିକାରେ ଦୀପକଙ୍କ ନାୟିକା ହୋଇଥିବା ପିଙ୍କି ପ୍ରିୟଦର୍ଶନୀ ୨ୟ ଥର ପାଇଁ ତାଙ୍କ ସହ ସ୍କ୍ରିନ ସେୟାର କରୁଛନ୍ତି । ଜୋର କା ଝଟକାରେ ପିଙ୍କି ଏକ ଚୁଲବୁଲି ଚରିତ୍ରରେ ନଜର ଆସିବେ । ଅନ୍ୟପଟେ ନିଜ ପ୍ରିୟ ସହଯୋଗୀ କଳାକାର ଦୀପକଙ୍କ ସହ ପୁଣି ଅଭିନୟର ମୌକା ପାଇଥିବା ଯୋଗୁଁ ବେଶ ଖୁସି ଅଛନ୍ତି ପିଙ୍କି । ଫିଲ୍ମରେ ପ୍ରତିଭା ପଣ୍ଡା ମା ଭୂମିକାରେ ଅଭିନୟ କରୁଛନ୍ତି ।

ନୂଆ ବର୍ଷର ରିଲିଜ ଲକ୍ଷ୍ୟ ରଖି ମହୁରତ ଦିନରୁ ହିଁ ଜୋରଦାର ଭାବେ ଫିଲ୍ମର ସୁଟିଂ ଆରମ୍ଭ ହୋଇଛି । ଅନ୍ୟପଟେ ନିଜ ଡେବ୍ୟୁ ଡିରେକ୍ସନ ଦାୟିତ୍ୱକୁ ନେଇ ଯେତିକି ଖୁସି ଅଛନ୍ତି ସେତିକି ଉତ୍ସାହିତ ଅଛନ୍ତି ନିର୍ଦ୍ଦେଶକ ପିନୁ ନାୟକ । ଶିବାନୀ ଫିଲ୍ମ ଓ ଏକ୍ସେଲ ମୁଭିଜର ମିଳିତ ପ୍ରଯୋଜନାର ନିର୍ମାଣ ହେବ ଫିଲ୍ମ ‘ଜୋର କା ଝଟକା’ ।

jor ka jhatka

ଡକ୍ଟର ନିର୍ମଳ ନାୟକଙ୍କ ଗୀତକୁ ସଂଗୀତରେ ସଜାଇଛନ୍ତି ଅଭିଜିତ ମଜୁମଦାର । ଫିଲ୍ମର ଅନ୍ୟାନ୍ୟ ପ୍ରମୁଖ ଭୂମିକାରେ ମିହିର ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ହରି, ପ୍ରଜ୍ଞା, କେକେ, ପ୍ରତିଭାପଣ୍ଡା ଓ ନନ୍ଦୀନୀ ଦାସଙ୍କ ଅଭିନୟ ରହିଛି । ଡ୍ରାମା ଭାଗର ସୁଟିଂ ଓଡିଶାରେ ଶେଷ କରି ଟିମ ‘ଜୋର କା ଝଟକା’ ଗୀତର ସୁଟିଂ ପାଇଁ ଓଡିଶା ବାହାରକୁ ଯିବାର ଯୋଜନା ରଖିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More