Only for Entertainment

ରିଲିଜ ହେଲା ଫୋର୍ ଇଡିଅଟସର ଟ୍ରେଲର, ଦେଖିବାକୁ ମିଳିଲା ୪ ଜଣ ସାଙ୍ଗଙ୍କ ମସ୍ତିଭରା ଅନ୍ଦାଜ ।

you yube
0 60

ଫିଲ୍ମ ରିଲିଜକୁ ଆଉ ଅଳ୍ପ ଦିନ ବାକି ଥିବାବେଳେ ରିଲିଜ୍ ହୋଇଛି ଆଗାମି ରୋମାଂଟିକ୍ କମେଡି ଫିଲ୍ମ ଫୋର୍ ଇଡିଅଟ୍ସର ପ୍ରଥମ ଟ୍ରେଲର୍ । ଟ୍ରେଲରରେ ଫିଲ୍ମର ୪ଜଣ ଇଡିଅଟସଙ୍କୁ ଦେଖିବାକୁ ମିଳିଛି । ସବ୍ୟସାଚୀ ମିଶ୍ର, ଆକାଶ ଦାସନାୟକ, କୁନା ତ୍ରିପାଠୀ ଏବଂ କୁନା । ୪ ଜଣ ଇଡିଅଟସଙ୍କ ବଦମାସିକୁ ନେଇ ଫିଲ୍ମଟିର କାହାଣୀ ଗତିଶୀଳ ହୋଇଛି ।

ଅକ୍ଷୟ ପରିଜା ଫିଲ୍ମ ଓ ପ୍ରକାଶ ଫିଲ୍ସ ବ୍ୟାନରରେ ପ୍ରସ୍ତୁତ ହୋଇଥିବା ଚଳଚ୍ଚିତ୍ର ଫୋର୍ ଇଡିଅଟସ ଓଲିଉଡର ଏକାଧିକ କଳାକାରଙ୍କୁ ଦେଖିବାକୁ ମିଳିବ । ମଲ୍ଟି ଷ୍ଟାରକାଷ୍ଟଙ୍କୁ ନେଇ ପ୍ରସ୍ତୁତ ହୋଇଥିବା ଏହି ସିନେମାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ବସନ୍ତ ସାହୁ । ୪ ଜଣ ସାଙ୍ଗ ଓ ସେମାନଙ୍କ ବଦମାସିକୁ ଫିଲ୍ମରେ ସ୍ଥାନ ଦେଇଛନ୍ତି ମେକର୍ । ଏହି ୪ ସାଙ୍ଗ ଭୂମିକାରେ ସବ୍ୟସାଚୀ ମିଶ୍ର, ଆକାଶ ଦାସନାୟକ, କୁନା ତ୍ରିପାଠୀ ଓ ମୁନ୍ନାଙ୍କୁ ଦେଖିବାକୁ ମିଳିଛି । ଓଲିଉଡ୍ ସୁନ୍ଦରୀ ଏଲିନା ସାମନ୍ତରାୟ, ପୁନମ୍, ପୁନମ୍, ଲିପ୍ସା ମିଶ୍ର ଏବଂ ନିହାରିକାଙ୍କ ଜଲୱା ବି ସ୍ଥାନ ପାଇଛି ଏହି ସିନେମାର । ଯାହାର କିଛି କିଛି ଝଲକ ଫିଲ୍ମର ପ୍ରଥମ ଟ୍ରେଲରରେ ଦେଖିବାକୁ ମିଳିଛି । ଟ୍ରେଲରକୁ ଦର୍ଶକ ପସନ୍ଦ କରୁଥିବାବେଳେ ଏବେ ଅପେକ୍ଷା ଫିଲ୍ମ ରିଲିଜର । ରଜ ଅବସରରେ ପରଦାକୁ ଆସିବ ଫୋର୍ ଇଡିଅଟସ୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More