Only for Entertainment

‘ବିଜୁବାବୁ’ ଚଳଚ୍ଚିତ୍ରର ପ୍ରଥମ ପୋଷ୍ଟର ଲୋକାର୍ପଣ, ପ୍ରବାଦ ପୁରୁଷ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ଭୂମିକାରେ ନଜର ଆସିବେ ଅନୁଭବ ମହାନ୍ତି !

22

ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ଜୀବନଶୈଳୀ ଉପରେ ଓଡିଆ ଚଳଚ୍ଚିତ୍ର ନିର୍ମାଣ କରାଯାଉଛି । ଚଳଚ୍ଚିତ୍ରର ନାମ ରଖାଯାଇଛି ‘ବିଜୁବାବୁ’ । ଆଉ ଏହି ଚଳଚ୍ଚିତ୍ରରେ ବିଜୁ ପଟ୍ଟନାୟକଙ୍କ ଭୂମିକାରେ ଓଲିଉଡର ସୁପରଷ୍ଟାର ଅନୁଭବ ମହାନ୍ତି ଅଭିନୟ କରିବେ ବୋଲି ଜଣାପଡିଛି । ଏପରିକି ସିନେମାର ପ୍ରଥମ ପୋଷ୍ଟର ମଧ୍ୟ ଲୋକାର୍ପଣ ହୋଇଛି । ପ୍ରଶାନ୍ତ ବେହେରା ଏବଂ ଅକ୍ଷୟ ପରିଜାଙ୍କ ଦ୍ୱାରା ପ୍ରଯୋଜିତ ଏହି ଚଳଚ୍ଚିତ୍ରଟି ଏପ୍ରିଲ ମାସ ୧ ତାରିଖ ସୁଦ୍ଧା ମୁକ୍ତିଲାଭ କରିବ ବୋଲି ଜଣାପଡିଛି । ତେବେ ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ ଦେଇଛନ୍ତି ।

 

ଆଜି ବିଜୁବାବୁଙ୍କ ଜନ୍ମସ୍ଥାନ କଟକ ଠାରେ ହଜାର ହଜାର ପ୍ରଂଶସକଙ୍କ ଗହଣରେ ‘ବିଜୁବାବୁ’ ଚଳଚ୍ଚିତ୍ରର ପ୍ରଥମ ପୋଷ୍ଟରକୁ ଲୋକାର୍ପଣ କରାଯାଇଛି । ଏହି ଅବସରରେ ପ୍ରଯୋଜକ ଅକ୍ଷୟ ପରିଜା କହିଛନ୍ତି, ବିଜୁବାବୁ ହେଉଛନ୍ତି ଓଡିଶାର ଜଣେ କିମ୍ବଦନ୍ତୀ ପୁରୁଷ । ଏହି ଚଳଚ୍ଚିତ୍ର ମାଧ୍ୟମରେ ବିଜୁବାବୁଙ୍କ ଆଦର୍ଶ, ମହାନତା, ନିର୍ଭିକତା ପ୍ରତିଫଳିତ ହେବ । ଆଉ ଓଡିଶାବାସୀ ବିଜୁବାବୁଙ୍କ ସମ୍ପର୍କରେ ଅନେକ ତଥ୍ୟ ଏହି ଚଳଚ୍ଚିତ୍ର ମାଧ୍ୟମରେ ଜାଣିବାକୁ ପାଇବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More