Only for Entertainment

ଆଗାମୀ ଓଡିଆ ଫିଲ୍ମ ‘ମୁଁ ପରଦେଶୀ ଚଢେଇ’ର ଅଡିଓ ରିଲିଜ, ଦେଖନ୍ତୁ ଫଟୋ

facebook
57

ରାଜଧାନୀରେ ଅନୁଷ୍ଠିତ ହୋଇ ଯାଇଛି, ଆଗାମୀ ରୋମାଂଟିକ ଚଳଚ୍ଚିତ୍ର ‘ମୁଁ ପରଦେଶୀ ଚଢେଇ’ । ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଫିଲ୍ମଟିର ଅଡିଓ ରିଲିଜ କରାଯାଇଛି । ନିକଟରେ ଅନୁଷ୍ଠିତ ହୋଇଥିବା ଏକ ଆୱାର୍ଡ ଶୋ’ରେ ପ୍ରଯୋଜନା ସଂସ୍ଥା ନିଜ ଫିଲ୍ମ ‘ମୁଁ ପରଦେଶୀ ଚଢେଇ’ର ଅଡିଓ ରିଲିଜ କରିଛନ୍ତି । ଯେଉଁଠି ଫିଲ୍ମର ପୁରା ଟିମକୁ ମଂଜରେ ଦେଖିବାକୁ ମିଳିଥିଲା । ଏହି ସିନେମାରେ ସଙ୍ଗୀତର ଭାର ତୁଲାଛନ୍ତି ଅସଦ ନିଜାମ । ଓଲିଉଡର ବହୁ ଲୋପ୍ରିୟ କଣ୍ଠଶିଳ୍ପୀଙ୍କ ଆକର୍ଷଣୀୟ ଗାୟିକି ଶୁଣିବାକୁ ମିଳିବ ଏହି ଫିଲ୍ମରେ ।

ଫିଲ୍ମରେ ନାୟକ ଭାବେ ଅଭିନେତା ଅର୍ଦ୍ଧେନ୍ଦୁଙ୍କୁ ଦେଖିବାକୁ ମିଳିବ । ଆଉ ତାଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିବେ ଅନୁଭା ସୌର୍ଯ୍ୟ । ଦୁହିଁଙ୍କ ଭିତରେ ଜବରଦସ୍ତ କେମେଷ୍ଟ୍ରୀକୁ ସିନେମାରେ ସ୍ଥାନ ଦେଇଛନ୍ତି ମେକର । ଅଭିନେତା ଅର୍ଦ୍ଧେନ୍ଧୁଙ୍କ ନୂଆ ଷ୍ଟାଇଲ ଓ ଅନ୍ଦାଜ ଦେଖିବାକୁ ମିଳିବ ଏହି ସିନେମାରେ । ଯାହାର କିଛି ଝଲକ ଫିଲ୍ମର ଟ୍ରେଲରରେ ଦେଖିବାକୁ ମିଳିଛି ।

ଅଧିକନ୍ଦ ସାହୁଙ୍କ ପ୍ରଯୋଜନାରେ ପ୍ରସ୍ତୁତ ହୋଇଥିବା ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି କେ. ମୂରଲିକ୍ରିଷ୍ଣା । ଦମଦାର କାହାଣୀ ସହ ଆକର୍ଷଣୀୟ ସଙ୍ଗୀତ ଶୁଣିବାକୁ ମିଳିବ ଏହି ସିନେମାରେ । ଯାହାକୁ ଦର୍ଶକ କେତେଦୁର ଉପଭୋଗ କରିବେ, ତାହା ଫିଲ୍ମ ରିଲିଜ ହେଲା ପରେ ହିଁ ଜଣାପଡିବ । ଆସନ୍ତା ନୂଆ ବର୍ଷ ଅବସରରେ ମୁକ୍ତିଲାଭ କରିବ ଏହି ଫିଲ୍ମ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More