Only for Entertainment

ଖୁବଶୀଘ୍ର ଦର୍ଶକଙ୍କୁ ମତୁଆଲା କରିବା ପାଇଁ ପରଦାକୁ ଆସୁୂଛନ୍ତି ଜ୍ୟୋତି, ଜାଣନ୍ତୁ କେଉଁ ଫିଲ୍ମରେ ଆସିବେ ନଜର ।

facebook
0 45

ଅଭିନେତା ଜ୍ୟୋତିଙ୍କୁ ନେଇ ଏବେ ଓଲିଉଡରେ ଜୋର୍ ଚର୍ଚ୍ଚା । ଗୋଟିଏ ପରେ ଗୋଟିଏ ଆକ୍ସନ୍ – ରୋମାଂଟିକ୍ ସିନେମା ଭେଟି ଦେଇ ଓଡିଆ ଦର୍ଶକଙ୍କ ଫେବରେଟ୍ ହୋଇଛନ୍ତି ଜ୍ୟୋତି । ଜ୍ୟୋତିଙ୍କ ବଢୁଥିବା ଚାହିଦାକୁ ଦେଖି ଏବେ ତାଙ୍କୁ ମିଳିଛି ଆଉ ଏକ ସିନେମାର ଅଫର୍ । ଯାହାର ଟାଇଟେଲ୍ ରହିଛି ‘ତୁ ମୋ ସୁନା ଚଢେଇ’ ।

ଫିଲ୍ମରେ ଜ୍ୟୋତିଙ୍କ ନାୟିକା ଭାବେ ନଜର ଆସିବେ ନବାଗତା ସୁନ୍ଦରୀ ଏଲସା । ଏଲସା ଜଣେ ମଡେଲ୍ ଭାବେ ଓଡିଶାରେ ନିଜ କ୍ୟାରିୟର୍ ଆରମ୍ଭ କରିଥିବାବେଳେ, ଏବେ ତାଙ୍କୁ ମିଳିଛି ଜ୍ୟୋତିଙ୍କ ନାୟିକା ହେବାର ସୁଯୋଗ । ନିଜ ଦ୍ୱିତୀୟ ଫିଲ୍ମରେ ଜ୍ୟୋତିଙ୍କ ସହ ରୋମାନ୍ସ କରିବାରେ ନଜର ଆସିବେ ଏଲସା । ଏହା ପୂର୍ବରୁ ଚଳଚ୍ଚିତ୍ର ‘ଭୈରବ’ରେ ଏଲସାଙ୍କୁ ଦେଖିବାକୁ ମିଳିଥିଲା । ଏବେ ଏଲସା ଓ ଜ୍ୟୋତିଙ୍କ ପେୟାରିଂଙ୍କୁ ନେଇ ପରଦାକୁ ଆସିବ ଚଳଚ୍ଚିତ୍ର ‘ତୁ ମୋ ସୁନା ଚଢେଇ’ । ନିକଟରେ ଏହି ଅପକମିଂ ସିନେମାର ଶୁଭ ମହୁରତ ଅନୁଷ୍ଠିତ ହୋଇ ଯାଇଥିଲା । ଏହି ଅବସରରେ ଫିଲ୍ମର ଲିଡ୍ ଷ୍ଟାରଙ୍କୁ ଦେଖିବାକୁ ମିଳିଥିଲା ।

odia film..

ଏହି ଅପକମିଂ ସିନେମାର ନିର୍ଦ୍ଦେଶନା ଦେବେ ଦୀଲିପ ପଣ୍ଡା । ଏହି ସିନେମାର ସଙ୍ଗୀତର ଭାର ତୁଲାଇବେ ବୈଦନାଥ ଦାସ । ଫିଲ୍ମରେ ଖଳନାୟକ ଭାବେ ନଜର ଆସିବେ ଅଭିନେତା ରାଇ ମୋହନ୍ ।

tu mo suna chadhei

ସେହିପରି ଅଭିନେତା ଜ୍ୟୋତିଙ୍କୁ ଶେଷ ଥର ପାଇଁ ଚଳଚ୍ଚିତ୍ର ‘ଓଲେ ଓଲେ ଦିଲ୍ ବୋଲେ’ରେ ଦେଖିବାକୁ ମିଳିଥିଲା । ଫିଲ୍ମରେ ଜ୍ୟୋତି ଓ ଝିଲିକଙ୍କ ପେୟାରିଂ ଦେଖିବାକୁ ମିଳିଥିଲା । ଦୁହିଁଙ୍କ ଅନସ୍କ୍ରିନ୍ ରୋମାନ୍ସକୁ ଦର୍ଶକ କରିଥିଲେ ଢେର୍ ପସନ୍ଦ । ସିନେମାଟି ହଲରେ ଦେଖାଇଥିଲା କମାଲ୍ ଓ ବକ୍ସ ଅଫିସରେ ହିଟ ହୋଇଥିଲା । ଏବେ ଜ୍ୟୋତି ଓ ଏଲସାଙ୍କୁ ନେଇ ଆସିବାକୁ ଥିବା ଫିଲ୍ମ ‘ତୁ ମୋ ସୁନା ଚଢେଇ’ର ଘୋଷଣା ଖୁବଶୀଘ୍ର କରାଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More