Only for Entertainment

ଶିବାନୀଙ୍କ ହାତରେ ରହିଛି ଦୁଇ ଦୁଇଟି ଫିଲ୍ମ, ଜାଣନ୍ତୁ କାହା ଅପୋଜିଟରେ ଆସିବେ ନଜର

odisha
179

ଶିଶୁ କଳାକାରରୁ ନାୟିକା ବନିଥିବା ଶିବାନୀଙ୍କର ଇତି ମଧ୍ୟରେ ଦୁଇଟି ଓଡିଆ ସିନେମା ରିଲିଜ୍‍ ହୋଇସାରିଛି । ନାୟିକା ଭାବେ ଶିବାନୀଙ୍କ ପ୍ରଥମ ଓଡିଆ ଫିଲ୍ମ ହେଲା ‘ସିଷ୍ଟର ଶ୍ରୀଦେବୀ’ । ଏଥିରେ ବାବୁସାନ୍‍ଙ୍କ ବିପକ୍ଷରେ ନାୟିକା ଭୂମିକାରେ ନଜର ଆସିଥିଲେ ଶିବାନୀ । ଏହାପରେ ଶିବାନୀଙ୍କୁ ଅନୁଭବଙ୍କ ବିପକ୍ଷରେ ଦେଖିବାକୁ ମିଳିଥିଲା ଫିଲ୍ଲ ‘ପ୍ରେମ କୁମାର’ରେ ।

ଏବେ ଶିବାନୀଙ୍କର ଅନ୍ୟ ଏକ ସିନେମା ରିଲିଜ୍‍ ଅପେକ୍ଷାରେ ରହିଛି । ଏହାର ଟାଇଟଲ୍‍ ହେଲା ‘ଦିଲ୍‍ ମୋର ମାନେନା’ । ଏହି ରୋମାଣ୍ଟିକ୍‍ ଫିଲ୍ମରେ ଶିବାନୀ ୟଙ୍ଗ ସେନସେସନ୍‍ ସ୍ୱରାଜଙ୍କ ଅପୋଜିଟ୍‍ରେ ନଜର ଆସିବେ । ଏବେ ଶିବାନୀଙ୍କୁ ମିଳିଛି ଆଉ ଏକ ନୂଆ ସିନେମା । ଏହି ସିନେମାରେ ତାଙ୍କୁ ବାବୁସାନ୍‍ ଓ ଅନୁଭବଙ୍କ ପରେ ଆଉ ଜଣେ ଲୋକପ୍ରିୟ ନାୟକଙ୍କ ସାଥ୍‍ ମିଳିଛି । ଏହି ନାୟକ ଜଣକ ହେଲେ ଅରିନ୍ଦମ୍‍ ।

ଫିଲ୍ମର ଟାଇଟଲ୍‍ ରହିଛି ‘ଭାଇ’ । ଏଥିରେ ପ୍ରଥମ ଥର ପାଇଁ ଦର୍ଶକ ଅରିନ୍ଦମ୍‍-ଶିବାନୀଙ୍କ ଯୋଡିକୁ ଦେଖିବାକୁ ପାଇବେ ପରଦା ଉପରେ । ‘ଭାଇ’ର ନିର୍ଦ୍ଦେଶନା ଦେଉଛନ୍ତି ଜଣାଶୁଣା ନିର୍ଦ୍ଦେଶନା ତାପସ ସରଘରିଆ । ଏଥିରେ ଟାଇଟଲ ରୋଲରେ ଅଛନ୍ତି ବରିଷ୍ଠ ଅଭିନେତା ମିହିର ଦାସ । ଏହି ଫିଲ୍ମର ସଂଳାପ ଲେଖିଛନ୍ତି ଦେବୀଦତ୍ତ ମହାନ୍ତି ଓ ସନ୍ତୋଷ ନାରାୟଣ ଦାଶ । ମଳୟ ମିଶ୍ର ଏହାର ସଙ୍ଗୀତ ନିର୍ଦ୍ଦେଶକ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More